ଭୁବନେଶ୍ୱର ୧୭।୦୯ : ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ସେମାନେ ଆକଳନ କରୁଛନ୍ତି । ତାଙ୍କ ଅଙ୍କ ସେମାନ କସନ୍ତୁ, ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଭାବୁଛୁ ପ୍ରଭୁ ଜଗନ୍ନାଥ ଆମକୁ ସାହା ହେବେ। ଏଯାଏ ସେଭଳି କିଛି ଆକଳନ ସଠିକ୍ ଭାବେ ହୋଇନି । ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା । ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମ ୩୬୫ ଦିନ ପ୍ରସ୍ତୁତ ଅଛୁ।

Also Read:-ଗଞ୍ଜାମ ବଜାପଲ୍ଲୀ ଗାଁରେ ଆଶ୍ଚର୍ଯ୍ୟକର ଘଟଣା, ମାଟି ତଳୁ ବାହାରିଲା ମା' କାଳୀଙ୍କ ସୁନା ମୂର୍ତ୍ତି

ସେହିପରି ବାତ୍ୟାର ଆଗୁଆ ସୂଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବୁଧବାର ଆମେ ସମ୍ବଲପୁରରେ ଡ଼ପଲର୍ ରାଡାର୍ ସ୍ଥାପନ କରାଯାଇଛି । ଡିସେମ୍ବର ସୁଦ୍ଧା ଆମେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଗୋପାଳପୁରରେ ଅତ୍ୟାଧୁନିକ ଏହି ଡ଼ପଲର ରାଡାର୍ ଲାଗିବ । ଯାହା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଠିକ୍ ଆକଳନ କରିବ । ଯାହା ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଭଳି ଆଖପାଖ ରାଜ୍ୟର ଡାଟା ନେବା ସହ ସଠିକ୍ ଆକଳନ କରି ଆଗୁଆ ରିପୋର୍ଟ ଦେବ ।