ନୂଆଦିଲ୍ଲୀ :  କାନ୍ଧରେ ଷ୍ଟାର୍, ଦେହରେ ସେନା ୟୁନିଫର୍ମ, ମନରେ ସାହାସ ଆଉ ଆଖିରେ ଦେଶସେବାର ସ୍ୱପ୍ନ। ପୁରୁଷ ଅଧ୍ୟୁଷିତ ସେବାରେ ଗୁରୁ ଦାୟିତ୍ୱ ନେବାକୁ ଆଦେଇ ଆସିଛନ୍ତି ଜଣେ ମହିଳା। ଏବେ ଦେଶର ପ୍ରଥମ ନାଗରିକଙ୍କ ସହ ଛାଇ ଭଳି ରହିବେ ଭାରତୀୟ ସେନାର ଏହି ଦୁର୍ଦ୍ଦର୍ଷ ମହିଳା ଅଧିକାରୀ। ସେ ହେଉଛନ୍ତି ମେଜର ନବ୍ୟା ଶେଖାୱତ। ରାଷ୍ଟ୍ରପତିଙ୍କ ନୂଆ ADC। ଦାୟିତ୍ୱ ନେଇ ସେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। କିଏ ଏହି ନବ୍ୟା? କ’ଣ ରହିଛି ତାଙ୍କ ଦାୟିତ୍ୱ?

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉ କି ଔପଚାରିକ ସମାରୋହ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚାରିପାଖରେ ସାଧାରଣତଃ ବରିଷ୍ଠ ଅଧିକାରୀ ଓ ସାମରିକ କର୍ମଚାରୀ ନଜର ଆସନ୍ତି। ଏହି ଟିମ୍ରେ ଏବେ ଜଣେ ଯୁବ ମହିଳା ସେନା ଅଧିକାରୀ ସାମିଲ୍। ଯିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ସେ ହେଉଛନ୍ତିମେଜର ନବ୍ୟା ଶେଖାୱତ। ନବ୍ୟାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କADCଦାୟିତ୍ୱ ତୁଲାଉଛନ୍ତି। ତେବେ ବଡ଼ କଥା ହେଉଛିଭାରତୀୟ ସେନାରୁ ରାଷ୍ଟ୍ରପତିଙ୍କADC ହେବାରେ ସେ ପ୍ରଥମ ମହିଳା ଅଧିକାରୀ। ମାତ୍ର ୫ବର୍ଷରେ ସେ ମେଜର ପଦ ପାଇବାରେ ସୌଭାଗ୍ୟ ପାଇଛନ୍ତି। ରାଷ୍ଟ୍ରପତିଙ୍କ ADC ପଦରେ ପହଞ୍ଚିବା ପୂର୍ବରୁ ନବ୍ୟାଙ୍କ ସେନା ଯାତ୍ରା କିନ୍ତୁ ଥିଲା ବେଶ୍ ଚ୍ୟାଲେଞ୍ଜିଂ ?

ନବ୍ୟା ଶେଖାୱତ। ରାଜସ୍ଥାନର ଶିକର ଜିଲ୍ଲାର କେରପୁରା ଗାଁର ବାସୀନ୍ଦା। 2026 ଜୁଲାଇ ମାସରୁ ସେ ତୁଲାଉଛନ୍ତି ରାଷ୍ଟ୍ରପତିଙ୍କ ADC ଦାୟିତ୍ୱ । ଏତେ ସଫଳତା ପଛରେ ରହିଛି ଖୁବ୍ କଠିନ ପରିଶ୍ରମ। ନବ୍ୟା ଭାରତୀୟ ସେନାରେ ପ୍ରେବେଶ ପାଇଁCombined Defence Services ବା CDS ପରୀକ୍ଷାଦେଇଥିଲେ। ସେShort Service Commission Women Non-Technical Courseର ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିଲେ। ଏହାପରେ ଚେନ୍ନାଇସ୍ଥିତ Officers Training Academy ରେ ନେଇଥିଲେ ସାମରିକ ପ୍ରଶିକ୍ଷଣ । OTAର ପ୍ରଶିକ୍ଷଣ ବେଶ୍ କଠିନ। ଏଠାରେ ଜଣେ ଅଧିକାରୀଙ୍କ ଶାରୀରିକ ଦକ୍ଷତା ସହିତ ମାନସିକ ଦୃଢ଼ତା, ଶୃଙ୍ଖଳା, ନେତୃତ୍ୱ ଦକ୍ଷତା ଏବଂ ଚାପ ମଧ୍ୟରେ ନିଷ୍ପତ୍ତି ନେବାର କ୍ଷମତାକୁ ମଧ୍ୟ ପରୀକ୍ଷା କରାଯାଏ। OTAର ପ୍ରଶିକ୍ଷଣ ସଫଳତାର ସହ ପୂରଣ କରିବା ପରେ ନବ୍ୟାଙ୍କୁ (ASC) ରେ କମିଶନ ଭାବେ ନିଯୁକ୍ତି ମିଳିଥିଲା। ASC ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ସପୋର୍ଟ କୋର୍। ସେନାର ବିଭିନ୍ନ ୟୁନିଟ୍କୁ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା, ପରିବହନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଯୋଗାଇବା ଏହି କୋର୍ର ପ୍ରମୁଖ ଦାୟିତ୍ୱ । ୨୦୨୧ରେ କମିଶନ ପାଇବା ପରେ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ନବ୍ୟା ଶେଖାୱତମେଜରପଦରେ ପହଞ୍ଚିଛନ୍ତି। ଏବେ ରାଷ୍ଟ୍ରପତିଙ୍କ ADC ଭାବେ ତାଙ୍କ ନିଯୁକ୍ତି ତାଙ୍କ ସାମରିକ କ୍ୟାରିୟରର ଆଉ ଏକ ବଡ଼ ଉପଲବ୍ଧି । ତେବେ ADC କ’ଣ?

ADCର ପୂରା ନାଁ Aide-de-Campରାଷ୍ଟ୍ରପତିଙ୍କ ADC ହେବା ଏକ ସମ୍ମାନଜନକ ଓ ଦାୟିତ୍ୱପୂର୍ଣ୍ଣ ସାମରିକ ପଦ। ସାଧାରଣତଃ ରାଷ୍ଟ୍ରପତିଙ୍କ ADC ଟିମ୍ ରେ ସେନା, ନୌସେନା ଓ ବାୟୁସେନାର ଅଧିକାରୀ ରହନ୍ତି। ଏହି ଅଧିକାରୀମାନେ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଔପଚାରିକ କାର୍ଯ୍ୟକ୍ରମ ଓ ସାମରିକ ସମାରୋହରେ ଉପସ୍ଥିତ ରହିଥାନ୍ତି। କିନ୍ତୁ ADCଙ୍କ କାମ କେବଳ ରାଷ୍ଟ୍ରପତିଙ୍କ ସହ ରହିବା କିମ୍ବା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ନୁହେଁ। ରାଷ୍ଟ୍ରପତିଙ୍କ ଔପଚାରିକ କାର୍ଯ୍ୟକ୍ରମରେସମନ୍ୱୟ, ସାମରିକ ପ୍ରୋଟୋକଲ୍ ଏବଂ ବିଭିନ୍ନ ଔପଚାରିକ ବ୍ୟବସ୍ଥାସୁଚାରୁ ଭାବେ ଚଲାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

 Also Read- ୧୫ ମହଲା ଉପରୁ ଡେଇଁ ପଡିଲେ 'ସନାୟା' : ସୁଇସାଇଡ୍ ନୋଟରେ ଲେଖିଦେଲେ ଆତ୍ମହତ୍ୟାର କାରଣ

ବଡ଼ କଥା ହେଉଛି, ମେଜର ନବ୍ୟା ଶେଖାୱତଭାରତୀୟ ସେନାରୁ ରାଷ୍ଟ୍ରପତିଙ୍କADC ହୋଇଥିବା ପ୍ରଥମ ମହିଳା ଅଧିକାରୀ। କିନ୍ତୁ ସେ ରାଷ୍ଟ୍ରପତିଙ୍କ ADC ହୋଇଥିବା ପ୍ରଥମ ମହିଳା ଅଧିକାରୀ ନୁହନ୍ତି। ଏହି ଉପଲବ୍ଧି ପ୍ରଥମେଭାରତୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର ଯଶସ୍ୱୀ ସୋଲାଙ୍କିଙ୍କ ନାଁରେ ରହିଛି। ୨୦୨୫ରେ ସେ ରାଷ୍ଟ୍ରପତିଙ୍କ ପ୍ରଥମ ମହିଳା ADC ଭାବେ ନିଯୁକ୍ତ ହୋଇଥିଲେ କମାଣ୍ଡର ସୋଲାଙ୍କି। ତେଣୁ ତିନି ସେନାକୁ ମିଶାଇ ଦେଖିଲେ, ନବ୍ୟା ହେଉଛନ୍ତି ଦ୍ୱିତୀୟ ମହିଳା ସାମରିକ ଅଧିକାରୀ, ଯିଏ ରାଷ୍ଟ୍ରପତିଙ୍କ ADC ଭାବେ ଦାୟିତ୍ୱ ନେଇଛନ୍ତି । ମେଜର ନବ୍ୟା ଶେଖାୱତଙ୍କ କାହାଣୀ କେବଳ ଜଣେ ଅଧିକାରୀଙ୍କ ପଦୋନ୍ନତିର କାହାଣୀ ନୁହେଁ। CDS ପରୀକ୍ଷାରୁ ଆରମ୍ଭ କରି OTAର କଠିନ ପ୍ରଶିକ୍ଷଣ, ASCରେ କମିଶନ, ମେଜର ପଦ ଏବଂ ଶେଷରେ ରାଷ୍ଟ୍ରପତିଙ୍କ ADC ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରତ୍ୟେକ ପଦକ୍ଷେପ ତାଙ୍କ କ୍ୟାରିୟରର ଏକ ନୂଆ ଅଧ୍ୟାୟ। ଭାରତୀୟ ସେନାରେ ମହିଳାଙ୍କ ଭୂମିକା ଦିନକୁ ଦିନ ବିସ୍ତାରିତ ହେଉଥିବା ବେଳେ ନବ୍ୟାଙ୍କ ଏହି ଉପଲବ୍ଧି ନିହାତି ଭାବେ ଏକ ବଡ଼ ପ୍ରେରଣା।