ଭୁବନେଶ୍ୱର ୨୧।୦୯ : ମଙ୍ଗଳବାରଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ଉଠିଲାଣି ପଡିଲାଣି ରାଜ୍ୟ ରାଜନୀତି । ଖାସ୍‌ କରି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ତୟାର ହେଉଛି ବିଜୁ ଜନତା ଦଳ । ଏସବୁ ଭିତରେ MMDR ପ୍ରସଙ୍ଗ ମୁଖ୍ୟ । ଏହି ପ୍ରସଙ୍ଗରେ ମୋସନ ଆଣିବାକୁ ନୋଟିସ ଦେଇଛି ବିଜେଡି ।

ତେବେ MMDR ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ବିଧାନସଭାରେ ସଂକଳ୍ପ ଆଣିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ବିଜେଡିର ଏକ ପ୍ରତିନିଧି ଦଳ ବିଧାନସଭା ସଚିବଙ୍କୁ ଭେଟି MMDR ପ୍ରସଙ୍ଗରେ ମୋସନ ଆଣିବାକୁ ନୋଟିସ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତନ ପ୍ରତାପ ଦେବ ଗୃହରେ MMDR ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛନ୍ତି । ରାଜ୍ୟର ସ୍ୱାର୍ଥ ବିରୋଧୀ ହେଉଛି MMDR ସଂଶୋଧିତ ଆଇନ । ଏହାଦ୍ୱାର ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ରାଜ୍ୟ । ତେଣୁ ଏହି ଆଇନକୁ ପ୍ରତ୍ୟାହାର ପାଇଁ ବିଧାନସଭା ଗୃହରେ ସଂକଳ୍ପ ଆଣିବାକୁ ଦାବି କରିଛି ବିଜେଡି ।

Also Read:-ପୋକରା ଚାଉଳ ଭାତ ଖାଉଛନ୍ତି, ହଷ୍ଟେଲରେ ନାହିଁ ପାଣି କି ବିଦ୍ୟୁତ ; ସମମ୍ୟା ନେଇ ଛାତ୍ରଛାତ୍ରୀଙ୍କ ପଦଯାତ୍ରା

ସେହିପରି MMDR ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଥିଲା ବିଜେଡି । ରାସ୍ତାରେ ଆନ୍ଦୋଳନ କରିବା ସହି ତୁରନ୍ତ ଏହାକୁ ପ୍ରତ୍ୟାହର ପାଇଁ ଦାବି ମଧ୍ୟ କରିଥିଲା । ଏହି ଆଇନ ଦ୍ୱାରା ରାଜ୍ୟରେ ରାଜସ୍ୱ କ୍ଷତି ହେବ ବୋଲି ବିଜେଡି କହିଆସୁଛି ।