ମୁମ୍ବାଇ: ବଲିଉଡରେ ଏବେ ଚର୍ଚ୍ଚାରେ ରହିଛି ଫିଲ୍ମ ‘ହନୁମାନ ଅଂଶ’। ନୀମ କରୋଲି ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ପ୍ରଭାବକୁ କେନ୍ଦ୍ର କରି ନିର୍ମିତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିବା ବେଳେ ଫିଲ୍ମର ନିର୍ମାତା ରାଗିନୀ ସୋନା ଏକ ଭାବପ୍ରବଣ ଅନୁଭୂତି ସେୟାର କରିଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ, ନୀମ କରୋଲି ବାବାଙ୍କ ଝିଅ ଗିରିଜା ଜୀ ଏହି ଫିଲ୍ମକୁ ପ୍ରାୟ ୧୫ ଥର ଦେଖିସାରିଛନ୍ତି। ପ୍ରତ୍ୟେକ ଥର ଫିଲ୍ମ ଦେଖିବା ସମୟରେ ସେ ଭାବବିହ୍ୱଳ ହୋଇ କାନ୍ଦିଥିବା ରାଗିନୀ କହିଛନ୍ତି।

read also -ଅନଲାଇନ ଟ୍ରୋଲିଙ୍ଗକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ ,ସୋସିଆଲ ମିଡିଆରେ ନେହା ଲେଖିଲେ ''ଟାଇଗର ଜିନ୍ଦା ହେ ''

ଫିଲ୍ମ ରିଲିଜ୍ ପୂର୍ବରୁ ରାଗିନୀ ଓ ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ଗିରିଜା ଜୀଙ୍କ ଆଶୀର୍ବାଦ ନେବାକୁ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେହି ସମୟରେ ଗିରିଜା ଜୀ ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ ସେ ଫିଲ୍ମଟି ଅନେକଥର ଦେଖିଥିବା ରାଗିନୀ କହିଛନ୍ତି।

ରାଗିନୀ ଆହୁରି କହିଛନ୍ତି ଯେ, ଗିରିଜା ଜୀଙ୍କ ସହ କଥାବାର୍ତ୍ତା ସମୟରେ ସେ ତାଙ୍କ ବାପାଙ୍କ ନାମ ଓ ଆଗ୍ରାରେ ଥିବା ତାଙ୍କ ପୁରୁଣା ଘରର ସ୍ଥାନ ବିଷୟରେ କହିଥିଲେ। ଏହା ତାଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅନୁଭୂତି ଥିଲା ବୋଲି ସେ ବର୍ଣ୍ଣନା କରିଛନ୍ତି।

ରାଗିନୀଙ୍କ ଅନୁସାରେ, ଗିରିଜା ଜୀ ଆଜି ମଧ୍ୟ ନୀମ କରୋଲି ବାବାଙ୍କ ଶିକ୍ଷା ଓ ଆଦର୍ଶକୁ ଅନୁସରଣ କରୁଛନ୍ତି। ବାବାଙ୍କ ପ୍ରସିଦ୍ଧ ବାର୍ତ୍ତା **‘Love all, feed all’**କୁ ତାଙ୍କ ପରିବାର ଆଗକୁ ବଢ଼ାଇ ନେଉଛନ୍ତି ବୋଲି ନିର୍ମାତା କହିଛନ୍ତି। ଫିଲ୍ମର ଟିମ୍ ନୀମ କରୋଲି ବାବାଙ୍କ ନାତି ଧନଞ୍ଜନ ଜୀଙ୍କୁ ମଧ୍ୟ ଭେଟିଥିବା ରାଗିନୀ କହିଛନ୍ତି। ତାଙ୍କ ପରିବାରରୁ ମିଳିଥିବା ଆଶୀର୍ବାଦକୁ ନେଇ ଟିମ୍ ଖୁସି ଓ କୃତଜ୍ଞ ବୋଲି ସେ କହିଛନ୍ତି।

ରିପୋର୍ଟ ଅନୁସାରେ, ‘ହନୁମାନ ଅଂଶ ’ ବିଶ୍ୱବ୍ୟାପୀ ଭାବେ ପ୍ରାୟ ₹୩୨୯.୩୦ କୋଟି ଆୟ କରିଥିବା ଦାବି କରାଯାଇଛି। ଏହି ଫିଲ୍ମ ମାଧ୍ୟମରେ ନୀମ କରୋଲି ବାବାଙ୍କ ଜୀବନ ଓ ବାର୍ତ୍ତା ଅଧିକ ଲୋକଙ୍କ ପାଖରେ ପହଞ୍ଚୁଥିବା ନେଇ ନିର୍ମାତା ଆଶା ପ୍ରକାଶ କରିଛନ୍ତି।