ମୁମ୍ଵାଇ ୨୦।୦୯; ବଲିଉଡର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଚଳିତ ବର୍ଷ ମୁମ୍ବାଇର ପାଲି ହିଲ୍ରେ ଥିବା ସେମାନଙ୍କ ନୂତନ ବଙ୍ଗଳା 'କୃଷ୍ଣ ରାଜ'ରେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି।

ଖବର ଅନୁଯାୟୀ, ଏହି ଆଲିଶାନ ବଙ୍ଗଳାର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କାର ବୋଲି ଜଣାପଡିଛି। କପୁର ପରିବାର ପାଇଁ ଚଳିତ ବର୍ଷର ଗଣେଶ ଚତୁର୍ଥୀ ବିଶେଷ ଥିଲା, କାରଣ ଏହା ସେମାନଙ୍କ ନୂଆ 'କୃଷ୍ଣ ରାଜ' ଘରେ ହୋଇଥିବା ପ୍ରଥମ ପର୍ବ ଥିଲା।

ସେପ୍ଟେମ୍ବର ୧୯ ତାରିଖରେ, ଅର୍ଥାତ୍ ବିସର୍ଜନ ଦିନ, ଆଲିଆ ଏବଂ ରଣବୀର ନିଜ ଝିଅ ରାହା ଏବଂ ନିତୁ କପୁରଙ୍କ ସହ ମିଶି ଭଗବାନ ଗଣେଶଙ୍କ ପୂଜା କରିଥିଲେ। ସେମାନେ ପୂଜାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।

ଭଗବାନ ଗଣେଶଙ୍କ ପୂଜା ସମୟରେ ଆଲିଆ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋଗୁଡ଼ିକ ସେମାନଙ୍କ ଘରର ଭିତର ସାଜସଜ୍ଜା ବା ଇଣ୍ଟରିଅରର ଏକ ଝଲକ ଦେଖାଇଥିଲା।