ମୁମ୍ବାଇ : ଅନଲାଇନ୍ ଟ୍ରୋଲିଂ ଓ ସେଲିବ୍ରିଟିଙ୍କ ଲୁକ୍ସକୁ ନେଇ ମଜାକ କରାଯିବା ପ୍ରସଙ୍ଗରେ ଅଭିନେତା ବରୁଣ ଧୱନଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ସଲମାନ ଖାନ। ‘ବିଗ୍ ବସ୍ ୨୦’ର ସଦ୍ୟ ପ୍ରସାରିତ ‘ୱିକେଣ୍ଡ କା ୱାର୍’ ଏପିସୋଡ୍ରେ ସଲମାନ ବରୁଣ ଓ ତାଙ୍କ ଭାଇ ସୋହେଲ ଖାନଙ୍କ ଲୁକ୍ସକୁ ନେଇ ହେଉଥିବା ଟ୍ରୋଲିଂ ଉପରେ ଆପତ୍ତି ଜଣାଇଥିଲେ।ସଲମାନ କହିଥିଲେ, କାହାର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିବା ଏବଂ କାହାର ଚେହେରା ବା ଶରୀରକୁ ନେଇ ମଜାକ କରିବା ଏହି ଦୁଇଟି ଭିନ୍ନ କଥା। ବରୁଣ ଓ ସୋହେଲଙ୍କ ଲୁକ୍ସକୁ ନେଇ ମଜାକ କରିବା ଠିକ୍ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।

ସଲମାନଙ୍କ ଏହି ମନ୍ତବ୍ୟ ପରେ ବରୁଣ ଧୱନ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ତାଙ୍କ ବାପା ତଥା ଫିଲ୍ମ ନିର୍ମାତା ଡେଭିଡ ଧୱନ ‘ବିଗ୍ ବସ୍’ ଦେଖୁଥିବା ନଜର ଆସିଥିଲେ। ଏହା ସହ ବରୁଣ କ୍ଲାପ୍ ଇମୋଜି ଦେଇ ସଲମାନଙ୍କ ମନ୍ତବ୍ୟ ପ୍ରତି ନିଜ ପ୍ରତିକ୍ରିୟା ଜଣାଇଥିଲେ।

also read -'ଟ୍ରୋଲ୍ କଲେ ବି ଆଉ ଫରକ ପଡୁନି...' ଏମିତି କ'ଣ ହେଲା ଯେ ଫ୍ୟାନ୍ସଙ୍କୁ ଏପରି କହିଲେ ରଶ୍ମିକା ?

ଏହି ଏପିସୋଡ୍ରେ ସଲମାନ ନିଜ ଓଜନ ଏବଂ ଚେହେରାକୁ ନେଇ ହେଉଥିବା ଟ୍ରୋଲିଂର ମଧ୍ୟ ଜବାବ ଦେଇଥିଲେ। ସେ ଷ୍ଟେଜ୍ରେ ନିଜ ଟି-ଶର୍ଟ ଖୋଲି ଟ୍ରୋଲରମାନଙ୍କୁ ତାଙ୍କୁ ନେଇ ମଜାକ କରିବାକୁ ଚ୍ୟାଲେଞ୍ଜ କରିଥିଲେ। ଏହା ସହ ଅନ୍ୟମାନଙ୍କ ଚେହେରା ବା ଶରୀରକୁ ନେଇ ବ୍ୟକ୍ତିଗତ ଟିପ୍ପଣୀ କରିବା ପୂର୍ବରୁ ନିଜକୁ ଦେଖିବାକୁ ସେ କହିଥିଲେ।

ସେହିପରି, ସଲମାନ ପାପାରାଜିଙ୍କ ଦ୍ୱାରା ଅଭିନେତ୍ରୀମାନଙ୍କ ଅସୁବିଧାଜନକ କୋଣରୁ ଫଟୋ ଉଠାଯିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଏଭଳି ଫଟୋଗ୍ରାଫିରେ ଅସୁବିଧା ଅନୁଭବ କରୁଥିବା ମହିଳାମାନେ ଏହା ବିରୋଧରେ ନିଜ ସ୍ୱର ଉଠାଇବା ଉଚିତ ବୋଲି ସେ କହିଥିଲେ।

ସଲମାନଙ୍କ ଏହି ମନ୍ତବ୍ୟକୁ ନେଇ ନେହା ଧୂପିଆ ମଧ୍ୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଥିଲେ, “ଟାଇଗର ଜିନ୍ଦା ହେ ”।