ଉଦଳା ୨୧।୯: ଶିକ୍ଷା ଅଧିକାରୀଙ୍କୁ ସମସ୍ୟା ଜଣାଇବାକୁ ୮ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ । ହଷ୍ଟେଲରେ ଦୁଇ ମାସରୁ ଅଧିକ ହେବ ନାହିଁ ମୌଳିକ ସୁବିଧା । ମିଳୁଛି ପୋକରା ଚାଉଳର ଭାତ, ପାଣିର ସୁବିଧା ବି ନାହିଁ । ଯାହାକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଉଦଳା ସ୍ଥିତ ବିସିପୁର ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀ ।

ଆଶ୍ରମ ସ୍କୁଲ ହଷ୍ଟେଲରେ ରୁହନ୍ତି ୧୦୦ ଶହେ ଛାତ୍ର ଏବଂ ୧୫୦ ଛାତ୍ରୀ । ଏହି ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଅଧିକ ହେବ ପାନୀୟ ଜଳ ଏବଂ ବିଦ୍ୟୁତର ସୁବିଧା । କେବଳ ତାହା ନୁହେଁ ହଷ୍ଟେଲରେ ଅନ୍ତେବାସୀ ମାନଙ୍କୁ ପୋକରା ଚାଉଳରେ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାରମ୍ବାର ଅନ୍ତେବାସୀ ମାନେ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମେଟ୍ରନଙ୍କୁ ଅବଗତ କରିଛନ୍ତି । ପ୍ରଧାନ ଶିକ୍ଷକ ମଧ୍ୟ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ବରଂ ଅନେକ ସମୟରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରଛାତ୍ରୀ ।

Also Read:- ଆସନ୍ତା ୨୩ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡଙ୍ଗା ଓ ଜାଲ ସୁରକ୍ଷିତ ରଖିବାକୁ ପରାମର୍ଶ

ସମସ୍ୟା ବାବଦରେ ଜଣାଇ ମଧ୍ୟ କୌଣସି ସମାଧାନ ନହେବାରୁ ଶେଷରେ ଅନ୍ତେବାସୀ ମାନେ ହଷ୍ଟେଲରୁ ବାହାରି ଚାଲି ଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ଯାଉଛନ୍ତି।

Watch Video: