ଭୁବନେଶ୍ବର ୧୦।୪: ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ପୂର୍ବରୁ ଏକାଠି ହେଲେ ବିଜୁ ଲିଗାସୀ ନେତା । ଭୁବନେଶ୍ୱର ସ୍ଥିତ OUAT ସମ୍ମିଳନୀ କକ୍ଷରେ ପହଁଚିଲେ ବରିଷ୍ଠ ନେତା । OUAT ପରିସରରେ ହେବ ବିଜୁ ଲିଗାସୀ ସମ୍ମିଳନୀ । ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ରବି ପାଣିଙ୍କ ଭଳି ଅନେକ ନେତା କାର୍ଯ୍ୟକ୍ରମ ପାଇଁ OUAT ସମ୍ମିଳନୀ କକ୍ଷ ସ୍ଥାନ ପରିଦର୍ଶନ କରୁଛନ୍ତି । ଆସନ୍ତା ୧୭ ତାରିଖରେ ବିଜୁ ପ୍ରେମୀ ଏକାଠି ହେବେ । ଏହି କାର୍ଯ୍ୟକ୍ରମର ଆବାହକ ହେଉଛନ୍ତି ସାଂସଦ ଦିଲ୍ଲୀପ ରାୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର ।

ଏକାଠି ହେବେ ବିଜୁ ଲିଗାସୀର ବରିଷ୍ଠ ନେତା

ଗୁରୁବାର ଏ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ବସିଥିଲା ବିଜୁ ଲିଗାସୀ ନେତାଙ୍କ ବଡ଼ ବୈଠକ ।ଆସନ୍ତା ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ୫ହଜାରରୁ ଅଧିକ ଲୋକଙ୍କ ସହ ଏକାଠି ହେବେ ବିଜୁ ଲିଗାସୀର ବରିଷ୍ଠ ନେତା । ଓଡ଼ିଶା ନାଗରିକ ମଞ୍ଚରେ ବିଜୁବାବୁଙ୍କ ଅଣକଂଗ୍ରେସ ରାଜନୀତିର ସ୍ମୃତି ଚାରଣ କରିବେ ବିଜୁ ଅନୁଗତ । ଏହି ଦିନ ତୃତୀୟ ସାମ୍ମୁଖ୍ୟର ମୁଳଦୂଆ ପଡ଼ିବାକୁ ଥିବାରୁ ବିଜୟ ମହାପାତ୍ରଙ୍କ ଘରେ ବସିଥିବା ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି । ବୈଠକରେ ସାଂସଦ ଦିଲ୍ଲୀପ ରାୟ, ବରିଷ୍ଠ ରାଜନେତା ଅମର ଶତପଥୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Also Read:- Biju Legacy: ବିଜୟଙ୍କ ଘରେ ବିଜୁ ଅନୁଗତଙ୍କ ବଡ଼ ବୈଠକ, ୧୭ରେ ଶକ୍ତି ପ୍ରଦର୍ଶନ, ପଡ଼ିବ ନୂଆ ଦଳର ମୂଳଦୁଆ

ବିଜୁ ବାବୁଙ୍କ ଲୋକପ୍ରିୟତା କାଏମ

ବିଜୁ ବାବୁଙ୍କ ନୀତି ଆଦର୍ଶ ସହ ଓଡ଼ିଶାରେ ଅଣକଂଗ୍ରେସ ରାଜନୀତିରୁ ବିଜୁ ଜନତା ଦଳର ଗଠନ ହୋଇଥିଲା । କିନ୍ତୁ ରାଜ୍ୟସଭା ନିର୍ବାଚନରେ ବିଜେଡି, କଂଗ୍ରେସ ସହ ହାତ ମିଳାଇବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅନେକ ବିଜୁ ଅନୁଗତ । ଆଉ ଆଗକୁ ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ କରି ଅଣକଂଗ୍ରେସ ଲଢ଼େଇକୁ ଜୋରଦାର କରିବାକୁ ଏବେ କମର କଷିଛନ୍ତି ଅନେକ ବରିଷ୍ଠ ନେତା ଓ ବିଜୁ ଅନୁଗତ । ସାଂପ୍ରତିକ ରାଜନୀତି ଏହା ପ୍ରମାଣିତ କରୁଛି ଯେ, ଏବେ ବି ବିଜୁ ବାବୁଙ୍କ ଲୋକପ୍ରିୟତା କାଏମ ରହିଛି। ଯଦ୍ଵାରା ତାଙ୍କ ନାଁକୁ ନେଇ ବିଜେଡି ଗଠନ ପରେ ଏବେ ଆଉ ଏକ ନୂତନ ଦଳ ମୁଣ୍ଡ ଟେକିବାକୁ ଯାଉଛି ।