ପାଟନା ୨୪।୧୧ : ଥରିଲା ବିହାର । ବିହାରର ସମସ୍ତୀପୁରରେ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଲାଗିଛି । ପ୍ରାୟ ୨ ସେକେଣ୍ଡ ଧରି ମାଟି ଥରି ଉଠିଥିଲା । ଯାହା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।

ରିପୋର୍ଟ ଅନୁସାରେ, ସକାଳ ୭ଟା୪ ମିନିଟରେ ଭୂମିକମ୍ପ ଝଟକା ଲାଗିଛି । ଅନେକ ବର୍ଷ ପରେ ସମସ୍ତୀପୁରରେ ଝଟକା ଲାଗିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ପ୍ରଥମେ ଭୂକମ୍ପ ବୋଲି ଲୋକେ ସହଜରେ ଜାଣି ପାରିନଥିଲେ । କିନ୍ତୁ ଜାଣିବା ପରେ ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଛି ।

Also Read :- ମଣିପୁରରୁ ସୋମାଲିଆ: ନା ବିଶ୍ରାମ, ନା ଖାଦ୍ୟ... ୧୦୧ ଘଣ୍ଟା ଲଗାତାର ଉଡ଼ିଲା Amur Falcon

ଝଟକା ପରେ ସମସ୍ତୀପୁର ତଥା ଆଖପାଖ ଅଞ୍ଚଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ମଙ୍ଗଳବାର ନେପାଳର କୋଶୀ ପ୍ରାନ୍ତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ବୋଲି ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୧୦ କିମି ଗଭୀରରେ ରହିଥିଲା ।

ନେପାଳ ତଥା ଏହାର ଆଖପାଖ ଅଞ୍ଚଳ ଅତ୍ୟଧିକ ଭୂକମ୍ପପ୍ରବଣ ଜୋନରେ ରହିଛି । କୋଶୀ ପ୍ରାନ୍ତ ପୂର୍ବ ନେପାଳର ଅଂଶବିଶେଷ ଯାହାର ସୀମା ଭାରତର କିଛି ରାଜ୍ୟକୁ ମଧ୍ୟ ସ୍ପର୍ଶ କରୁଛି ।