ନୂଆଦିଲ୍ଲୀ, ୩୦। ୦୭ : ଭାଉଜକୁ ମାଗିଲା ଖାଇବା । ଡେରି ହେଲାରୁ ରାଗିରେ ଜର୍ଜରିତ ହୋଇପଡିଲା ଦିଅର । ଭୁଲିଗଲା ସମ୍ପର୍କ । ରାଗରେ ଘୋଷାରି ଆଣିଲା । ଶରୀରରୁ ମୁଣ୍ଡକୁ ଅଲଗା କରିଦେଲା । ଏପରି ଅଘଟଣ ଘଟିଛି ବିହାରର ଜେହାନବାଦରେ ।

ରିପୋର୍ଟ ଅନୁସାରେ, ଜେହାନପୁରରେ ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏକ କୁରାଢିରେ ଆକ୍ରମଣ କରି ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଛନ୍ତି । ପୋଲିସର କହିବାନୁସାରେ, ଇମାଦପୁର ଗ୍ରାମରେ ଏହି ଘଟଣା ଘଟିଛି । ମୃତ ମହିଳା ହେଲେ ୨୫ ବର୍ଷୀୟ ଅଂଶୁ ଦେବୀ । ସେ ଧର୍ମେନ୍ଦ୍ର କୁମାରଙ୍କୁ ବିବାହ କରିଥିଲେ । ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ରଙ୍କ ଭାଇ କୁନାଲ କୁମାର । ସେ ଖୁବ୍ ନିଶା ସେବନ କରନ୍ତି ।

Also Read :- ବନ୍ୟା ବିତ୍ପାତ : ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ

ବୁଧବାର ଅଂଶୁ ଦେବୀ ଘରେ ଏକା ଥିଲେ । ପରିବାରର ଅନ୍ୟ ସଦସ୍ୟ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ କୁନାଲ ଘରେ ପହଁଚି ଖାଇବାକୁ ମାଗିଥିଲେ । କିନ୍ତୁ ଖାଇବା ଦେବାରେ ଅଂଶ ସାମାନ୍ୟ ବିଳମ୍ବ କରିଦେଇଥିଲେ । ଏଥିରେ କୁନାଲ ଉତକ୍ଷିପ୍ତ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଏକ କୁରାଢୀ ଆଣି ଭାଉଜଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ମୁଣ୍ଡରୁ ଶରୀରକୁ ଅଲଗା କରିଦେଇଥିଲେ । ଏହାପରେ ମୁଣ୍ଡକୁ ନେଇ ଏକ ଗଛରେ ଟାଙ୍ଗି ଦେଇଥିଲେ ।

ହତ୍ୟା କରିବା ପରେ କୁନାଲ ଫେରାର ହୋଇନଥିଲେ । ବରଂ ଘରେ ବସି ରହିଥିଲେ । ଖବର ପାଇଲା ପରେ ଗାଁ ଲୋକେ ଘରକୁ ଆସି ଦେଖିଲା ବେଳକୁ ସବୁଆଡେ ରକ୍ତ ପଡିଥିଲା । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲା । ପୋଲିସ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ।