ଭୁବନେଶ୍ୱର: ଦୁଇ ମାସ ତଳେ ନିଖୋଜ ହୋଇଯାଇଛନ୍ତି ନାବାଳିକା। ଖୋଜି ଖୋଜି ପରିବାର ଲୋକ ନୟାନ୍ତ। ଏବେବି ମିଳୁନି ପତ୍ତା। ନିଖୋଜ ନାବାଳିକାଙ୍କ ପାଇଁ ଜାରି ହେଲା ପୁରସ୍କାର ରାଶି। ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କଲା କମିଶନରେଟ ପୋଲିସ ।

୧୭ ବର୍ଷୀୟା ନାବଳିକା ନିଖୋଜ ନେଇ ଭରତପୁର ଥାନାରେ ହୋଇଛି ମାମଲା । ଅପହରଣ ନେଇ ବଢିଛି ସନ୍ଦେହ। ସିସିଟିଭି ସର୍ଭେଲାନ୍ସ ଓ ହ୍ୟୁମାନ ଇଣ୍ଟେଲିଜେନ୍ସ ଆଧାରରେ ଚାଲିଛି ତଦନ୍ତ। ନିଖୋଜ ନାବଳିକାଙ୍କ ନାମ ଇପ୍ସିତା ଷଡଙ୍ଗୀ।

ଉଚ୍ଚତା ୫ ଫୁଟ ୩ ଇଞ୍ଚ । ଭରତପୁର ଜଗନ୍ନାଥ ବିହାରରେ ରହୁଥିଲେ। ଗତ ୧୪ ମାର୍ଚ୍ଚ ରୁ ସେ ନିଖୋଜ ଅଛନ୍ତି। ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ଉପରିସ୍ଥ ଟେଲିଫୋନ ନମ୍ବରରେ ଯୋଗାଯୋଗ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଜଣାଯାଇଛି।