ଭୁବନେଶ୍ବର: ଭୁବନେଶ୍ବର ଏୟାରପୋର୍ଟରେ ମହିଳାଙ୍କ ହଙ୍ଗାମା । ବିମାନ ବିଳମ୍ବ ପରେ ବାତିଲକୁ ନେଇ ତାତିଲେ ମହିଳା, ଏୟାରପୋର୍ଟରେ କଲେ ଭଙ୍ଗାରୁଜା। କହା କଥା କିଛି ଶୁଣିଲେନି କି, କିଛି ମାନିଲେନି। ବଡ଼ ପାଟିରେ ଚିତ୍କାର କରି ଗାଳିଗୁଲଜ କରି ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।

ଯାନ୍ତ୍ରିକ ସମସ୍ୟା ପାଇଁ ଇଣ୍ଡିଗୋ ବିମାନ ବିଳମ୍ବ ହୋଇଥିଲା । ତାପରେ ବାତିଲ ହୋଇଥିଲା। ଯାହାକୁ ନେଇ ମହିଳାଯାତ୍ରୀଜଣଙ୍କ ଉତକ୍ଷିପ୍ତ ହୋଇ ବିମାନ ବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା କରିଥିଲେ । କାରଣ ମହିଳା ଜଣଙ୍କ ତାଙ୍କ ପୁଅର ଚିକିତ୍ସା ପାଇଁ କୋଲକାତା ଯାଉଥିଲେ । ବିମାନ ବାତିଲ ହେବାରୁ ସେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ । ଅନ୍ୟଯାତ୍ରୀମାନେ ମଧ୍ୟ ଅଭିଯୋଗ ଆଣିଥିଲେ ବିମାନ ବାତିଲ୍ ବିଷୟରେ ତାଙ୍କୁ ତୁରନ୍ତ କାହିଁକି ସୂଚନା ଦିଆ ଗଲାନି। ପୂରା ଘଟଣା ପରେ ମହିଳାଙ୍କ ହାଇଡ୍ରାମାର ଭିଜୁଆଲ ସୋସିଆଲ ମିଡ଼ିଆରେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି ।

Also Read- Monkey on bridge: ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଖଟେଇଲା ମାଙ୍କଡ଼, ବନ୍ୟାରୁ ମୁକୁଳିବା ପାଇଁ ମାରିଲା ଲମ୍ବା ଡିଆଁ..

ଘଟଣା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏୟାରପୋର୍ଟ ଥାନାରେ ଏତଲା ଦେଇଛନ୍ତି । କାରଣ  ପ୍ୟାସେଞ୍ଜର ଜଣକ କମ୍ପ୍ୟୁଟରର ମନିଟର, କିବୋର୍ଡ, ପାସପୋର୍ଟ ସ୍ୱିପିଂ ମେସିନ୍ ଭାଙ୍ଗିବା ଅଭିଯୋଗ ହୋଇଛି। ଯାହା ୪୯ ହଜାର ଟଙ୍କା ମୂଲ୍ୟର ହେବା ବୋଲି ଅଭିଯୋଗରେ ଦର୍ଶାଯାଇଛି। ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନା ଭାରତୀୟ ନ୍ୟାୟ ସଂହିତା ୨୯୬,୩୨୪ ରେ ମାମଲା ରୁଜୁ କରିଛି। ସଂପୃକ୍ତ ମହିଳା ଯାତ୍ରୀଙ୍କୁ ବି ପଚରା ଉଚରା କରିଛି ଏୟାରପୋର୍ଟ ଥାନା ପୋଲିସ।

ଯାତ୍ରୀ ଜଣକ ଗତକାଲି ଭୁବନେଶ୍ୱରରୁ କଲିକତା INDIGO ବିମାନ 6E ୭୩୫୨ ରେ ଭୁବନେଶ୍ୱର ରୁ କଲିକତା ଯିବାର ଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଣ୍ଡିଗ ଗୋ ବିମାନ କାନ୍ସଲ ହୋଇଯାଇଥିଲା। ଯାହାଫଳରେ ଯାତ୍ରୀ ଜଣକ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇ ପାରି ନଥିଲେ।ଏୟାରଲାଇନ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରି ନଥିଲେ କି ବିକଳ୍ପ ବ୍ୟବସ୍ଥା କରି ନଥିଲେ। ସେଥିପାଇଁ ମହିଳା ଜଣକ ଉତ୍ତ୍ୟକ୍ତ ହୋଇ ଉଠି ଥିଲେ।ସେପଟେ ଇଣ୍ଡିକଗୋ ବିମାନ ବାତିଲ ପରେ ଅନ୍ୟ କନେକଟିଂ ବିମାନରେ ମହିଳା ଯାତ୍ରୀ ଜଣଙ୍କ କୋଲକତା ଯାଇଥିଲେ । 

Watch Videos :