ଭଦ୍ରକ : ଚୋରି କରିବାକୁ ଫୁଟାଇଲେ ଗୁଳି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ରଇପୁର ପଞ୍ଚାୟତ କଣ୍ଟିକା ଗାଁରେ ଚୋରଙ୍କ ଉନ୍ମତ୍ତ କାଣ୍ଡ। ପିତବାସ ରାଉତଙ୍କୁ ୪ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇବା ସହ ଗୁଳି ଫୁଟାଇ ପରିବାର ଲୋକଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା । ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସ୍ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଚଳାଇଛନ୍ତି । କିଛି ଅଫୁଟା ଗୁଳି ଜବତ ସହ ଜଣକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, କଣ୍ଟିକା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ପିତବାସ ରାଉତଙ୍କ ଘରେ ୪ ଜଣ ଦୁର୍ବୁତ ବନ୍ଧୁକ ଦେଖାଇବା ସହ ଗୁଳି ଫୁଟାଇ ପରିବାର ଲୋକଙ୍କର ଗୋଡ଼ ହାତ ବାନ୍ଧି ମାଡ଼ ମାରିଥିଲେ। ଏହାସହ  ତାଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା । ଏପରିକି ଘରେ ଓ ଆଲମିରାରେ ଯାହାକିଛି ଥିଲା ସମସ୍ତ ଅଳଙ୍କାର ଓ ଟଙ୍କା ମଧ୍ୟ ଲୁଟିନେଇଛନ୍ତି । ପିତବାସ ବାହାରକୁ ଶୌଚ ପାଇଁ ଆସୁଥିବା ବେଳେ ହଠାତ୍ ବନ୍ଧୁକରେ ଫାଙ୍କା ଗୁଳି ଫୁଟାଇବା ସହ ହାତଗୋଡ଼ ଧରି ମାଡ଼ ମାରିଥିଲା। ଏପରିକି ତାଙ୍କୁ ଘର ବାହାରେ ବାନ୍ଧି ଦେଇ ଘରଭିତରକୁ ଯାଇ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଶାବଳରେ ମାଡ଼ ମାରିବା ସହ ପିନ୍ଧିଥିବା ସମସ୍ତ ସୁନାଗହଣା ଓହ୍ଲାଇ ନେଇଥିଲେ। ପରେ ଏକ ଘରେ ସମସ୍ତଙ୍କୁ ବନ୍ଦ ରଖି ଆଲମିରା ଓ ଟ୍ରଙ୍କ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଇଥିଲେ। ପିତବାସଙ୍କ ପୁଅ ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟ୍ କରିଥିବା କହିଛନ୍ତି ଗାଁ ଲୋକ। ଏପରି ଖବର ପାଇ ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସି ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଚଳାଇଛନ୍ତି। ତାହା ସହ ଘଟଣାସ୍ଥଳରୁ କିଛି ଅଫୁଟା ଗୁଳି ଜବତ ସହ ଜଣକୁ ଅଟକ ରଖିଛି ପୋଲିସ ପଚରାଉଚୁରା ଜାରି ରଖିଛି ।

Also Read- Shocking! ତରକାରି ବି କଣ ହୋଇପାରେ ମୃତ୍ୟୁର କାରଣ, କାହିଁକି ଏମିତି ମାନସିକତା