ନୂଆଦିଲ୍ଲୀ, ୩୦/୧୦ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଡି ମୁକାବିଲା । ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ସିରିଜ କବଜା କରି ସାରିଛି। ଏଥର ଶେଷ ୨ଟି ଯାକ ମ୍ୟାଚ ଜିତି ସିରିଜ କ୍ଲିନ୍ ସୁଇପ କରିବାକୁ ଆୟର ବାହିନୀ ଲକ୍ଷ୍ୟ ରଖିଛି । ଘରୋଇ ଦଳ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ।

ଅକଲାଣ୍ଡର ଇଡେନ୍ ପାର୍କ ଗ୍ରାଉଣ୍ଡରେ ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖୁବାକୁ ମିଳିବ। ଭାରତ ସିରିଜ ଜିତି ସାରିଥିଲେ ହେଁ ମ୍ୟାଚକୁ ନେଇ ଉତ୍ସାହ ଶିଖର ଛୁଇଁଛି। ମ୍ୟାଚର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ପ୍ରଥମ ୩ଟି ମ୍ୟାଚରେ ଗ୍ୟାଲେରୀ ଖାଲି ପଡ଼ିଥିବାବେଳେ ଶନିବାର ଷ୍ଟାଡ଼ିୟମ୍ ପୂର୍ଣ୍ଣ ହେବା ନିଶ୍ଚିତ।

ସମସ୍ତଙ୍କ ନଜର ଭାରତୀୟ ଦଳର ବ୍ୟାଟିଂ ବିଭାଗ ଉପରେ ରହିଛି। ଗୋଟିଏ ପଟେ ନ୍ୟୁଜିଲାଣ୍ଡବାସୀ ଭାରତୀୟ ଦଳର ବ୍ୟାଟିଂ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଆୟର ବାହିନୀର ଏହି ବ୍ୟାଟିଂ ବିଭାଗ ଘରୋଇ ଦଳର ନିଦ ହଜାଇ ଦେଇଛି।

Also Read :- ‘ଟେଷ୍ଟରେ ଏବେ ବି ଅନେକ କିଛି ପ୍ରମାଣିତ କରିବା ବାକି ଅଛି’: ଯଶପ୍ରୀତ ବୁମରାଙ୍କୁ ନେଇ ୱକାର ୟୁନିସ୍‌ଙ୍କ ବଡ଼ ବୟାନ

ତୃତୀୟ ମ୍ୟାଚରେ ଶତକ ଅର୍ଜନ କରି ଟି-ଟ୍ୱେଣ୍ଟି ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଫେରି ପାଇଥିବା ଅଭିଷେକ ଶର୍ମାଙ୍କ ଉପରେ ବର୍ତ୍ତମାନ ସମଗ୍ର ବିଶ୍ୱ କ୍ରିକେଟ୍ ପ୍ରେମୀଙ୍କ ନଜର। ତାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର ଶୃଙ୍ଖଳିତ ବୋଲିଂ ବିଭାଗ ମଧ୍ୟ ଉପାୟ ଶୂନ୍ୟ ମନେ ହୋଇଥିଲା । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଏକ ଧୂଆଁଧାର ଇନିଂସ ଦେଖିବାକୁ ମିଳିବ।

୧୫ବର୍ଷିୟ ବୈଦ୍ଭବ ଆଜି ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । କାରଣ ଇଶାନ କିଷନ ଫିଟ୍ ହୋଇ ଅଭ୍ୟାସ ଜାରି ରଖିଛନ୍ତି। ସେ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେ ଖେଳିବା ଆଶା କରାଯାଉଛି। କାରଣ ନୀତିଶ ଉଭୟ ଦିନିକିଆ ଓ ଟେଷ୍ଟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯିବ । ତାଙ୍କ ସ୍ଥାନରେ ମୟଙ୍କ ଯାଦବ ଏକାଦଶକୁ ଫେରିବେ। ସେହିପରି ଅକ୍ଷର ପଟେଲଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବାକୁ ସୁଯୋଗ ପାଇବେ।

ଇଡେନ ପାର୍କ ଗ୍ରାଉଣ୍ଡ୍ ବେଶ୍ ଛୋଟ । ଏଠାକାର ପିଚ୍ ପେସ୍ ବୋଲରଙ୍କୁ ସହାୟତା କରୁଥିଲେ ହେଁ ବଡ଼ ସଟ୍ ଖେଳିବା ସହଜ । ରାତ୍ରିରେ ବ୍ୟାଟିଂ ସହଜ ହେବ। ଟସ୍ ବିଜୟୀ ଦଳ ଫିଲ୍ଟି ନିଷ୍ପରି ନେବା ଏକପ୍ରକାର ନିଶ୍ଚିତ ।