ବ୍ରହ୍ମପୁର ୬।୮: ବନ୍ଧ କାମରେ ଦୁର୍ନୀତି ଅଭିଯୋଗର ତଦନ୍ତ କରି ୩ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ସହରର ବହୁ ଚର୍ଚ୍ଚିତ ପଟ୍ଟନାୟକ ବନ୍ଧ ଉନ୍ନୟନ କାମରେ ଦୁର୍ନିତୀ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ବ୍ରହ୍ମପୁର ଭିଜିଲାନ୍ସ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନ ଗୁଣପୁର ପୌରପରିଷଦର ସହକାରୀ ଯନ୍ତ୍ରୀ ଡି.ଯୁଧିଷ୍ଠୀର, ପାରଳାଖେମୁଣ୍ଡି ପୌରପରିଷଦର ସହକାରୀ ଯନ୍ତ୍ରୀ ସଞ୍ଜିବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ନିମନ୍ତେ ୨୦୧୯ ମସିହାରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ବନ୍ଧର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ଯୋଜନାରେ ୧ କୋଟି ୨୨ ଲକ୍ଷ ୪୦ ହଜାର ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।

Also Read:- ରାୟଗଡ଼ା ରିବଲକୋଣା ହଷ୍ଟେଲ ରାଗିଂ ଘଟଣାରେ ଆକ୍ସନ : ୭ ଛାତ୍ର ବହିଷ୍କୃତ, ପ୍ରଧାନଶିକ୍ଷକଙ୍କୁ ନୋଟିସ୍

ଯାହାର ଭିଜିଲାନ୍ସ ତଦନ୍ତ ହେବା ପରେ ଜଣାପଡ଼ିଥିଲା ଯେ ପ୍ରକୃତରେ ଏହି କାମରେ ୫୫ ଲକ୍ଷ ୬୯ ହଜାର ଟଙ୍କାର ଅତ୍ୟଧିକ ଜାଲିଆତି ବିଲ୍ କରି ଦୁର୍ନୀତି ହୋଇଥିବାରୁ ତତ୍କାଳୀନ ପାରଳାଖେମୁଣ୍ଡି ପୌର ପରିଷଦ କନିଷ୍ଠ ଯନ୍ତ୍ରୀ, ପୌର ଯନ୍ତ୍ରୀ ଓ ଠିକାଦାରଙ୍କୁ ଗିରଫ କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି କହିଛନ୍ତି ।