ବ୍ରହ୍ମପୁର ୨।୮: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ପୋଲିସର ଟ୍ରାଫିକ୍ ଆଡଭାଇଜରି ଜାରି । ଅଗଷ୍ଟ ୪ ଓ ୫ ତାରିଖରେ ବ୍ରହ୍ମପୁର ଏବଂ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମ ପାଇଁ ଆଡଭାଇଜରି ଜାରି ହୋଇଛି । ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହାନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ।

୪ ଅଗଷ୍ଟ ୨୦୨୬- ସକାଳ

୧. କୌଣସି ଭାରୀ ଯାନବାହନକୁ ସକାଳ ୧୦ଟାରୁ ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ୍ ଆଡକୁ ଏବଂ ବିପରୀତ ଦିଗରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ସ୍କୁଲ ବସ୍କୁ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସାକୁ ସକାଳ ୧୦ଟା ୩୦ରୁ ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ । ଏହି ଗାଡି ଗୁଡିକ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୧୦ଟା ୪୫ରୁ ଅନ୍ଧପସରା ଛକରୁ ହରିଡାଖଣ୍ଡି ଛକ ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

୪ ଅଗଷ୍ଟ ୨୦୨୬- ସନ୍ଧ୍ୟା

୧. କୌଣସି ଭାରୀ ଯାନବାହନ କୁ ଅପରାହ୍ନ ୩ଟାରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟରୁ ହଳଦିଆପଦର ଅଭିମୁଖେ ଚଳାଚଳ କରିପାରିବ ନାହିଁ । ସମସ୍ତ ସ୍କୁଲ ବସ୍ କର୍ପୋରେସନ ଛକ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିପାରିବେ ।

୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସା କୁ ଅପରାହ୍ନ ୩ଟା ରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟ୍ରୁ ଅନ୍ଧପସରା ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ ।

୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସନ୍ଧ୍ୟା ୪ଟାରୁ ହରିଡାଖଣ୍ଡି ଛକରୁ ହଳଦିଆପଦର ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

୪. କୌଣସି ଭାରୀ ଯାନବାହନ ସନ୍ଧ୍ୟା ୪ଟାରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ହଳଦିଆପଦରରୁ NH-୧୬ରେ ଛତ୍ରପୁର ଆଡକୁ ଚଳାଚଳ କରିପାରିବ ନାହିଁ ।

୫ ଅଗଷ୍ଟ ୨୦୨୬- ସକାଳ

୧. କୌଣସି ଭାରୀ ଯାନବାହନକୁ ସକାଳ ୯ଟାରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନରୁ NH-୧୬ରେ ଗୋଳନ୍ଥରା ଅଭିମୁଖେ ଚଳାଚଳ କରିପାରିବ ନାହିଁ ।

୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସାକୁ ସକାଳ ୯ଟା ୩୦ମିନିଟ୍ରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ରୁ NH-୧୬ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ ।

୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୯ଟା ୪୫ରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ରୁ NH-୧୬ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ ।

ଏହି କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ ଯଥା ଅଗ୍ନିଶମ ଓ ଆମ୍ବୁଲାନ୍ସ ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।