ବେଙ୍ଗାଲୁରୁ: ଜଣେ ୩୩ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ତାଙ୍କ ପିତାମାତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତ। ଘଟଣାଟି ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ସମୟରେ ଘଟିଥିଲା। ଅଭିଯୁକ୍ତର ନାଁ ରୋହନ ଚନ୍ଦ୍ର ଭଟ୍ଟ।

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ରୋହନ ତା ବାପାମାଆଙ୍କୁ ଏକ ଷ୍ଟାର୍ଟଅପ୍ ପାଇଁ ଟଙ୍କା ମାଗିଥିଲା।  ସେମାନେ ମନା କରିଦେବାରୁ, ସେ ଉଭୟଙ୍କୁ ଛୁରୀ ଭୁସି ହତ୍ୟା କରିଛି । ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା କ୍ୟାପଟେନ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଡାକ୍ତର ଶ୍ୟାମଳା ଭଟ୍ଟ (୫୫) । ଶ୍ୟାମଲା ବୃତ୍ତିରେ ଜଣେ ଦନ୍ତ ଚିକିତ୍ସକ ଥିଲେ।

ଛୁରୀ ଭୁସି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଉଭୟଙ୍କୁ ହସ୍ପିଟାଲକୁ ନେଇଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ, ହସ୍ପିଟାଲର ଡାକ୍ତର ମାଧବୀ ନାୟାର ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ଦାୟର କରିଥିଲେ। ସେ ସମାନ ଆପାର୍ଟମେଣ୍ଟରେ ରୁହନ୍ତି। 

ପୋଲିସ  ଅଭିଯୁକ୍ତ ରୋହନକୁ ଅଟକ ରଖିଛି। ତାକୁ କୋର୍ଟରେ ହାଜର କରାଯିବ। ମୃତ ଦମ୍ପତିଙ୍କର ଜଣେ ଝିଅ ଅଛନ୍ତି । ସେ ଆମେରିକାରେ ରୁହନ୍ତି । ସେ ଆସିବା ପରେ ହିଁ ମୃତକଙ୍କ ପୋଷ୍ଟମର୍ଟମ କରାଯିବ। 

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ସଫ୍ଟୱେର୍ ଇଞ୍ଜିନିୟର ଶର୍ମିଳା ଡିକେ (୩୪)ଙ୍କୁ ହତ୍ୟା କରାଯାଇଥିଲା। ମହିଳା ଜଣକ ତାଙ୍କ ପଡ଼ୋଶୀ କର୍ଣ୍ଣେଲ କୁରାଇ (୧୮)ଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ମନା କରିଥିଲେ । ଫଳ​‌ରେ କରାଇ ଶର୍ମିଳାଙ୍କୁ ହତ୍ୟା କରିଥିଲା।