ଆଠଗଡ଼ : ଗୋଟିଏ କଦଳୀ କାନ୍ଧି ପାଇଁ ପଡ଼ୋଶୀଙ୍କ ମଧ୍ୟରେ ଏମିତି ମହାଭାରତ । କଦଳୀ କାନ୍ଧି କାଟିବାକୁ ନେଇ ଆରମ୍ଭ ହେଲା ବଚସା, ଆଉ ତାହା ପରେ ମହିଳାଙ୍କ ପୁଅଙ୍କୁ ଆକ୍ରମଣ ଅଭିଯୋଗ। ନ୍ୟାୟ ପାଇଁ ଥାନାଠୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା। ଏବେ ଏସ୍ପିଙ୍କ ନିର୍ଦ୍ଦେଶରେ ଜୋରଦାର ହୋଇଛି ପୋଲିସର ତଦନ୍ତ। କଟକ ଜିଲ୍ଲା ତିଗିରିଆର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା।

କଦଳୀ କାନ୍ଧିକୁ ନେଇ ବିବାଦ ଦେଖା ଦେଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ବ୍ଲକ କୁମ୍ଭିପୁଟ ଗାଁର । ଅଭିଯୋଗ ଅନୁସାରେ, ପଡ଼ୋଶୀ ନରେନ୍ଦ୍ର ଖଟୁଆ କଦଳୀ ଗଛ କାଟି କାନ୍ଧି ନେଉଥିବା ବେଳେ ପ୍ରତିବାଦ କରିଥିଲେ ସରୋଜିନୀ ଦଳେଇ। ଏହାକୁ ନେଇ ଗଣ୍ଡଗୋଳ ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନରେନ୍ଦ୍ର । ନ୍ୟାୟ ପାଇଁ ସରୋଜିନୀ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଫେରାଦ ହୋଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ପରେ ତିଗିରିଆ ଥାନାରେ କେସ୍ ନମ୍ବର ୩୭୯/୨୬ରେ ମାମଲା ରୁଜୁ ହୋଇଛି । BNSର ବିଭିନ୍ନ ଧାରାରେ ତଦନ୍ତ ଚାଲିଥିବା କହିଛନ୍ତି ଆଠଗଡ଼ ଡିଏସ୍ପି । ତେବେ କଦଳୀ କାନ୍ଧିକୁ ନେଇ ବିବାଦର ସତ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Also  Read- ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ୩ ଦିନର ଅସ୍ୱାଭାବିକ ବର୍ଷା ଦାୟୀ: ଅନୁ ଗର୍ଗ