ଭଦ୍ରକ ୨୬।୦୯ : ଚଳିତ ବର୍ଷ ଭଦ୍ରକରେ ଅଷ୍ଟମ ଥର ଆସିଛି ବନ୍ୟା । ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ଥିବା ବେଳେ ବର୍ତ୍ତମାନ ୧୯.୩୦ ମିଟରରେ ପ୍ରବାହିତ ହେଉଛି ।

ବୈତରଣୀ ନଦୀରେ ଜଳ ପ୍ରବାହ ସ୍ଥିର ରହିଛି । ସାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୭ ଫୁଟ୍‌ ଥିବା ବେଳେ ବର୍ତ୍ତମାନ ୧୮.୮୦ ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ଆରଡି ରାସ୍ତାର ଅଶୁରାଳୀ ଠାରେ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଯାତାୟତ ସାମାନ୍ୟ ବାଧାପ୍ରାପ୍ତ ହୋଇଛି । ବନ୍ୟା ଜଳ ଚାଷ ଜମିକୁ ପ୍ରବାହିତ କରୁଛି । ସମାନ ଭାବେ ସାଳନ୍ଦୀ ନଦୀର ପାଣି ଭଦ୍ରକ ସହରାଞ୍ଚଳ ଥାନା ଏବଂ କ୍ୱାର୍ଟର ସହ ଅନେକ ସରକାରୀ ଅଫିସରେ ପଶିଛି । ଶୁକ୍ରବାର ଠାରୁ ଜିଲ୍ଲାର ୩୯୯ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ଉପରମୁଣ୍ଡରୁ ବନ୍ୟା ଜଳ ଖସିବା ପରେ ତଳିଆ ଅଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିପାରେ । 

Also Read:-ଏସସି/ଏସ୍‌ଟି ସାଂସଦଙ୍କୁ ସଂସଦରେ ଅଧିକ ସମୟ ଦିଆଯାଉ: ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଜିତନ ରାମ ମାଝୀ