ଆଠଗଡ଼ ୧।୬: ହାତୀ-ହାତୀ ମଧ୍ୟରେ ସଂଘର୍ଷ । ଗୋଟିଏ ଦନ୍ତା ହାତୀ ଅସୁସ୍ଥ । ଟ୍ରାଙ୍କୁଲାଇଜ ପରେ ଚାଲିଛି ଚିକିତ୍ସା । ନରସିଂହପୁର ବଡମ୍ବା ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବନ ବିଭାଗ ପକ୍ଷରୁ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରିଛି ନରସିଂହପୁର ପୂର୍ବ ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ଗତ ୪ ବର୍ଷ ପୂର୍ବରୁ ନରସିଂହପୁର ପଶ୍ଚିମ ବନ ବିଭାଗ ଅଧୀନ ଚତରାପଦା ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ଟ୍ରାଙ୍କୁଲାଇଜ ହୋଇଥିଲା । ସମ୍ପୃକ୍ତ ଦନ୍ତା ହାତୀର ପୂର୍ବରୁ ଗୋଟିଏ ଦାନ୍ତ ନଥିବା ବେଳେ ଗୋଟିଏ ଆଖିକୁ ମଧ୍ୟ ଭଲରେ ଦେଖା ଯାଉନି । ସେହି ଦନ୍ତା ହାତୀକୁ ଆଉ ଏକ ଦନ୍ତା ହାତୀ ଆକ୍ରମଣ କରିଥିବାରୁ ହାତୀଟି ଗୁରୁତର ଆହତ ହୋଇଛି । ଅନ୍ୟ ଏକା ଦନ୍ତା ହାତୀ ଆକ୍ରମଣରେ ସମ୍ପୃକ୍ତ ହାତୀର ପଛ ଗୋଡ଼ ଓ ପିଚାରେ ୬ଟି ସ୍ଥାନରେ ଗଭୀର ଆଘାତ ଲାଗିଛି ।

ପ୍ରାୟ ୫ଦିନ ଧରି ହାତୀଟି ଅସୁସ୍ଥ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ହାତୀକୁ ବନ ବିଭାଗ ପକ୍ଷରୁ ଠାବ କରାଯାଇଥିବା ବେଳେ ଶନିବାର ସନ୍ଧ୍ୟାରେ କପିଳାସ ଓ ଆଠଗଡ଼ ବନ ବିଭାଗର ଦୁଇଟି ଟିମ୍ ସହ ନରସିଂହପୁର ବନ ବିଭାଗର ମିଳିତ ସହଯୋଗରେ  ନରସିଂହପୁର ପୂର୍ବ ବନ ବିଭାଗ ଅଧୀନ ଓଲବ ଜଡ଼ାପଦା, ଗୁପ୍ତମାଣିକ ବିଟ୍ ବଅଁରପାଳ ଗ୍ରାମ୍ୟ ଜଙ୍ଗଲ ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଛି ହାତୀଟି ସୁସ୍ଥ ଅଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ।