ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଲର ଯୁବ ଓପନିଂ ବ୍ୟାଟର ଶେଫାଳି ବର୍ମା ରବିବାର ଏସୀୟ କ୍ରୀଡ଼ାରେ ଖେଳିଛନ୍ତି ଐତିହାସିକ ଶତକୀୟ ଇନିଂସ। ମହିଳା କ୍ରିକେଟ୍ ବର୍ଗର ବାଂଲାଦେଶ ବିପକ୍ଷ ଦ୍ଵିତୀୟ ସେମି ଫାଇନାଲରେ ଶେଫାଳି ୪୯ ବଲରୁ ୧୦୦ ରନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ଏହା ତାଙ୍କର ପ୍ରଥମ ଶତକ। 

୨୦୧୯ରେ ଶେଫାଳି ବର୍ମା ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ବର୍ତ୍ତମାନ ଏସୀୟ କ୍ରୀଡ଼ାରେ ଶତକ ଲଗାଇବାରେ ପ୍ରଥମ ବ୍ୟାଟର ହେବାର କୀର୍ତ୍ତିମାନ ରଚିଛନ୍ତି। ଏହା ସହିତ ମହିଳା ଟି-୨୦ରେ ଶତକ ହାସଲ କରିବାରେ ସେ ତୃତୀୟ ଭାରତୀୟ। ତାଙ୍କ ପୂର୍ବରୁ ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଆଜିର ମ୍ୟାଚରେ ସେ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୪୯ ବଲରୁ ୩ ଚୌକା ଓ ୯ ଛକା ବଳରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ଭାରତୀୟ ଇନିଂସର ଶେଷ ବଲରେ ହିଁ ଶତକ ପୂରା କରିଛନ୍ତି।

Also Read: ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିବେ କି ଅଜିତ ଅଗରକର ? BCCIକୁ ଜଣାଇ ଦେଲେ ନିଜର ଶେଷ ନିଷ୍ପତ୍ତି

ଶେଫାଳି ବର୍ମାଙ୍କ କୀର୍ତ୍ତିମାନ

ଶେଫାଳିଙ୍କ ଶତକ ବଳରେ ଭାରତ ସେମି ଫାଇନାଲରେ ୪ ଓ୍ଵିକେଟ୍ ହରାଇ ୧୯୫ ରନର ବଡ଼ ସ୍କୋର କରିଛି। ଶେଫାଳି ନିଜର ଏହି ଇନିଂସରେ ଅନେକ କିର୍ତ୍ତୀମାନ ସ୍ଥାପନ କରିଚନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ସର୍ବାଧିକ ୧୦୪ ଛକା ମାରିବାର ରେକର୍ଡ କରିଛନ୍ତି। ତାଙ୍କ ପଛକୁ ଅଛନ୍ତି ସ୍ମୃତି ମନ୍ଧାନା(୧୦୦)। ଏପରିକି ମହିଳା ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ କରିବାରେ ଖେଳାଳି ହୋଇଛନ୍ତି। ସେ ସ୍ମୃତି ମନ୍ଧାନା(୨୦୨୪ରେ ୭୬୩ ରନ)ର ରେକର୍ଡକୁ ଧ୍ଵସ୍ତ କରିଛନ୍ତି। ବର୍ତ୍ତମାନ ଶେଫାଳି ୮୧୫ ରନ କରି ସାରିଲେଣି। ସେ ପୂରା ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ମହିଳା ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ

୮୨୪- ଲାରା ଓ୍ଵଲଭାଇଟ(ଦକ୍ଷିଣ ଆଫ୍ରିକା) ୨୦୨୬

୮୧୫- ଶେଫାଳି ବର୍ମା(ଭାରତ) ୨୦୨୫

୭୭୯- ଇଶା ଓଜା(ୟୁଏଇ) ୨୦୨୫

୭୭୯- ଯଶ୍ମିନ ଦାସଓ୍ଵାନୀ(ହଂକଂ) ୨୦୨୬

୭୬୩ – ସ୍ମୃତି ମନ୍ଧାନା