ମୁମ୍ବାଇ: ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡର ୩୦ ଏମବିପିଏସ ଏବଂ ୧୦୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଗ୍ରାହକମାନେ ଏବେ ଗୋଟିଏ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଲାଇଟ ସଦସ୍ୟତା ପାଇବେ । ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡର ଥ୍ରୀ-ଇନ-ୱାନ, ଟିଭି + ଓଟିଟି + ୱାଇଫାଇ ପ୍ଲାନର ନୂତନ ଏବଂ ବର୍ତ୍ତମାନର ଉଭୟ ଗ୍ରାହକଙ୍କୁ କୌଣସି ଅତିରିକ୍ତ ମୂଲ୍ୟ ବିନା ଏହି ସୁବିଧା ପ୍ରଦାନ କରାଯାଉଛି । ଜିଓର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ କମ୍ପାନି ଏହି ଅଫର ପ୍ରଦାନ କରୁଛି ।

ଏହି ଗୋଟିଏ ବର୍ଷର ଆମାଜନ ପ୍ରାଇମ ଲାଇଟ ସଦସ୍ୟତା ଗ୍ରାହକମାନଙ୍କୁ ପ୍ରାଇମ ଭିଡିଓରେ ଚଳଚ୍ଚିତ୍ର ଏବଂ ଶୋ’ ଦେଖିବାର ସୁଯୋଗ ଦେବ । ଏହା ବ୍ୟତୀତ, ଗ୍ରାହକମାନେ ଆମାଜନରେ ଯୋଗ୍ୟ ଅର୍ଡର ପାଇଁ ମାଗଣା ଏବଂ ଦ୍ରୁତ ଡେଲିଭରିର ସୁବିଧା ମଧ୍ୟ ପାଇବେ ।

ଏହି ଅଫର୍ ସେପ୍ଟେମ୍ବର ୧୯ରୁ ପର୍ଯ୍ୟୟକ୍ରମେ ଆରମ୍ଭ ହେବ ଏବଂ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ଲାନଗୁଡ଼ିକର ସମସ୍ତ ଗ୍ରାହକଙ୍କ ନିକଟରେ ପହଞ୍ଚିବ । ମାଇଁ ଜିଓ ଆପ୍ପର ହୋମ୍ ପେଜରେ ଆମାଜନ ପ୍ରାଇମ ଲାଇଟ ଅଫରର ଏକ ବ୍ୟାନର୍ ଦେଖାଯିବ ଏବଂ ସେହି ବ୍ୟାନର ଉପରେ କେବଳ ଟ୍ୟାପ୍ କରିବା ଦ୍ୱାରା ଗୋଟିଏ ବର୍ଷର ମାଗଣା ସଦସ୍ୟତା ସକ୍ରିୟ ହୋଇଯିବ । ସକ୍ରିୟ ହେବା ଦିନଠାରୁ ଏହାର ୧୨ ମାସର ବୈଧତା ଅବଧି ଆରମ୍ଭ ହେବ ।

ଅନ୍ୟପକ୍ଷରେ, ୮୮୮ ଟଙ୍କା ଏବଂ ୧,୧୯୯ ଟଙ୍କା ମୂଲ୍ୟର ପ୍ଲାନ ତଥା ୧୫୦ ଏମବିପିଏସ ବା ତା’ଠାରୁ ଅଧିକ ସ୍ପିଡ୍ ପ୍ରଦାନ କରୁଥିବା ପ୍ଲାନର ଗ୍ରାହକଙ୍କ ପାଇଁ ରହିଥିବା ୨୪ ମାସର ଆମାଜନ ପ୍ରାଇମ ଲାଇଟ ସୁବିଧା ଅପରିବର୍ତ୍ତିତ ରହିବ ।