ଭୁବନେଶ୍ୱର ୨୧।୦୮ : ମଙ୍ଗଳବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ତା' ପୂର୍ବରୁ ଆଜି ସନ୍ଧ୍ୟା ୫ଟାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ। ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ।

ତେବେ ମୌସୁମୀ ଅଧିବେଶନରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ MMDR ଆଇନ ମୁଖ୍ୟ ପ୍ରସଙ୍ଗ ସାଜିବ ବୋଲି ଉଭୟ ବିରୋଧୀ ଦଳ ବିଧାୟକମାନେ ସୂଚନା ଦେଇଛନ୍ତି। ଏହା ସହିତ ପୁସ୍ତକ ମୁଦ୍ରଣ ତ୍ରୁଟି, ଆଇନ ଶୃଙ୍ଖଳା ସ୍ଥିତି ଭଳି ପ୍ରସଙ୍ଗରେ ଗୃହ କମ୍ପିବ । ବିରୋଧୀ ଦଳକୁ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ଆଜି ଅପରାହ୍ନରେ ପ୍ରସ୍ତୁତ କରିବେ ରଣନୀତି। ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ ।

Also Read:-ଓଡିଶାରେ ପଡ଼ିବ ଭୟଙ୍କର ମରୁଡି ! ଚେତାଇ ଦେଲେ ବୈଜ୍ଞାନିକ, ୫୨ ବର୍ଷ ପରେ ଜଣା ପଡିଲା ସତ

ସେହିପରି ବିଧାନସଭାକୁ ସୁଚାରୁରୂପେ ଚଳାଇବାକୁ ଆଜି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ବସିବ । ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବିଧାନସଭା ଭିତର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ବିଧାନସଭା ପରିସରରେ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ୧୫୦ରୁ ଅଧିକ ପୋଲିସ ଅଧିକାରୀ ମୁତୟନ ରହିବେ।