ଭୁବନେଶ୍ୱର ୦୧।୦୪ : ଶେଷରେ ପ୍ରତ୍ୟାହୃତ ହୋଇଛି ବିଧାୟକ, ମନ୍ତ୍ରୀ ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ୍। ଏ ସମ୍ପର୍କିତ ୪ଟି ବିଲକୁ ସର୍ବସମ୍ମତିରେ ଫେରାଇ ନେଇଛନ୍ତି ରାଜ୍ୟ ସରକାର। ବିଧାନସଭାର ଗତ ଶୀତ ଅଧିବେଶନର ଶେଷ ଦିନରେ ଏହି ବିଲ୍ ସର୍ବସମ୍ମତିରେ ପାରିତ ହୋଇଥିଲା। ଶାସକ-ବିରୋଧୀ ସବୁ ଏକ ସ୍ବରରେ ଏହାକୁ ସ୍ବାଗତ କରିଥିଲେ।

ମଙ୍ଗଳବାର ମଧ୍ୟ ସମାନ ଢଙ୍ଗରେ ଶାସକ-ବିରୋଧୀ ଏକ୍ ହୋଇ ଏହି ବିଲକୁ ପ୍ରତ୍ୟାହୃତ କରିବାକୁ ହଁ ହଁ ଭରିଥିଲେ। ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ୪ଟି ଯାକ ବିଲ୍ ପ୍ରତ୍ୟାହାର ନେଇ ପ୍ରସ୍ତାବ ଆଗତ କରିଥିଲେ । ବାଚନିକ ଭୋଟରେ ଏହା ପାରିତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କିଛି ସଦସ୍ୟ ଏହାକୁ ତର୍ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଏହାକୁ ପ୍ରତ୍ୟାହୃତ କରାଯାଉଛି। ଗତ ଶୀତ ଅଧିବେଶନ ସମୟରେ ଏହି ବିଲ୍ ପାରିତ ହୋଇଥିଲା। ବିଧାୟକମାନଙ୍କର ଦରମା, ଭତ୍ତା ବାବଦକୁ ଏକାଥରକେ ଅହେତୁକ ବୃଦ୍ଧି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Also Read:-ବିଧାନସଭାରେ ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬ ଗୃହୀତ, ୪ ଘଣ୍ଟା ଧରି ଚାଲିଲା ଆଲୋଚନା

ସେହିପରି ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍। ବ୍ୟୟ ମଞ୍ଜୁରୀ ବିଲ ୨୦୨୬ ଉପରେ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ସମୟରେ କିଛି ପ୍ରସଙ୍ଗ ନଥାଇ ମନ୍ତ୍ରୀଙ୍କୁ ବଳି ପକାଉଥିଲେ। ଅଫିସର ଯାହା ଚାହୁଁଥିଲେ ସେୟା ହେଉଥିଲା । ଯେତେବେଳେ ଇଛା ହେଉଥିଲା ମନ୍ତ୍ରୀଙ୍କୁ ବଳି ପକାଉ ଥିଲେ। ବିଶେଷ ବାବୁଙ୍କ ଦ୍ଵାରା ଆଜିବି ବିରୋଧୀ ଦଳ ନେତା ପରିଚାଳିତ ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି। ପରି, ମମିତା ମେହେର, ମାହାଙ୍ଗା ଘଟଣା , ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାରେ ନୈତିକତା କୁଆଡେ ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ପ୍ରଶ୍ନ କରଛନ୍ତି। ଏସସିବି ଘଟଣାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Watch Video:-