ଭୁବନେଶ୍ୱର ୦୧।୦୪ : ବିଧାନସଭାରେ ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ବିଳମ୍ବିତ ରାତିରେ ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ ୨୦୨୬ ଗୃହୀତ ହୋଇଛି। ଏହି ବିଲଟିକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ, ଅଶୋକ ଦାସ, ଧ୍ରୁବ ସାହୁ, ଗଣେଶ୍ଵର ବେହେରା ଦାବି କରିଥିଲେ ବି ଏହାକୁ ତୁରନ୍ତ ଲାଗୁ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁକ୍ତି ବାଢିଥିଲେ।

ମନ୍ତ୍ରୀ କହିଥିଲେ, ଗୋଟିଏ ବିଭାଗରେ ୬ରୁ କମ ପଦବୀରେ ନିଯୁକ୍ତି ଦିଆଗଲେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନ୍ୟାୟ ମିଳି ପାରୁନାହିଁ। ବିଶେଷ କରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆଙ୍କୁ ନ୍ୟାୟ ଦେବା ପାଇଁ ଏହି ନୂଆ ବିଲ୍ ସହାୟକ ୟକ ହେବ। ତେଣୁ ବିଶ୍ଵବିଦ୍ୟାଳୟକୁ ଏକ ୟୁନିଟ୍ ଭାବେ ନେଇ ମୋଟ ପଦବୀ ଉପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ରୁ ଥିବା ସଂରକ୍ଷଣ ବ୍ୟବସ୍ଥା ବଦଳରେ ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ କୁ କଡ଼ା ବିରୋଧ କରିଥିଲେ କରିଥିଲେ ହେଁ ଶାସକ ଦଳ ପକ୍ଷରୁ ବିଲ୍ କୁ ପାରିତ କରିବାକୁ ଯୁକ୍ତି ବାଢିଥିଲେ। ବିଭିନ୍ନ ଧାରା ଉପରେ ସଂଶୋଧନ ଆଣିବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅରୁଣ କୁମାର ସାହୁ ବିତର୍କ କରିଥିଲେ। ସେମାନେ କହିଥିଲେ, କେଉଁଭଳି ଭାବେ ବିଭିନ୍ନ ବିଭାଗରେ ସଂରକ୍ଷିତ ବର୍ଗଙ୍କୁ ନିଯୁକ୍ତି ଦିଆଯିବ ? ଏ ଏହାକୁ ଲାଗୁ କଲେ ଆଗକୁ ସରକାର ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇପାରଢି ବୋଲି ବିରୋଧୀ ସଭ୍ୟମାନେ ଚେତାଇ ଦେଇଥିଲେ। ଜବାବରେ ମନ୍ତ୍ରୀ କହିଥିଲେ, ଶିକ୍ଷକଙ୍କୁ କୁଳପତି ନିଯୁକ୍ତି ଦେବେ ନାହିଁ । କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ ତ କମିଟି ନିଯୁକ୍ତି ଦେବ।