ଭୁବନେଶ୍ବର ୧୮।୯: ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୩୧ ଯାଏଁ ସୁଯୋଗ ରହିଛି । ପ୍ରକ୍ରିୟାକୁ ସ୍ଵଚ୍ଛ କରିବାକୁ ୟୁନିକ୍ ଆକାଉଣ୍ଟ ନମ୍ବର ବ୍ୟବସ୍ଥା । ପ୍ରଥମେ ବିଡିଏ ୱେବସାଇଟରେ ୟୁନିକ୍ ଆକାଉଣ୍ଟ ନମ୍ବର ପାଇଁ ଆବେଦନ କରିବେ । ୟୁନିକ୍ ଆକାଉଣ୍ଟ ନମ୍ବର ମିଳିବା ପରେ ବୁକିଂ ପାଇଁ ଆବେଦନ କରିବେ । ଆବେଦନକାରୀ ମାନେ ପ୍ରଥମେ ବିଡିଏର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରି ୟୁନିକ୍ ଆକାଉଣ୍ଟ ନମ୍ବର ଆବେଦନ କରିବେ । ସେଠି ତାଙ୍କର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ବା ରେସିଡେଣ୍ଟ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବାକୁ ପଡିବ ।

ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ଗୋଟିଏ ପରିବାରର ଜଣେ ହିଁ ସଦସ୍ୟ ଆବେଦନ କରି ପାରିବ। ୟୁନିକ ଆକାଉଣ୍ଟ ନମ୍ବର ଦ୍ୱାରା ଅଧିକ ଲୋକ ଆବେଦନ କଲେ ଜଣା ପଡ଼ିଯିବ । ଆପାର୍ଟମେଣ୍ଟ ଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରକ୍ରିୟାରେ ଲଟେରି ମାଧ୍ୟମରେ ଆବଣ୍ଟନ କରାଯିବ ।

Also Read:- ୨.୨୦ କୋଟିର ମୋଷ୍ଟ ୱାଣ୍ଟେଡ୍ ମାଓନେତା ଗିରଫ, ବଡ଼ ବଡ଼ ହିଂସାକାଣ୍ଡ ଘଟାଇବାରେ ଥିଲା ମାଷ୍ଟରମାଇଣ୍ଡ

ଆବେଦନ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିୟମାବଳୀ ରହିଛି । ଗୋଟିଏ ପରିବାରରୁ ଜଣେ ବ୍ୟକ୍ତି ଆବେଦନ କରିପାରିବେ। ଏହାଦ୍ୱାରା ଅଧିକରୁ ଅଧିକ ଆବଶ୍ୟକୀୟ ଲୋକଙ୍କୁ ଘର ପାଇବାର ସୁଯୋଗ ମିଳିବା ସହ ଲଟେରି ପ୍ରକ୍ରିୟାକୁ ସ୍ୱଚ୍ଛ ରଖାଯାଇପାରିବ।ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଆବଶ୍ୟକତା ଥିବା ସର୍ବାଧିକ ଲୋକଙ୍କୁ ଏହି ଯୋଜନାର ସୁଯୋଗ ଦେବା । ତେଣୁ ସମସ୍ତ ଆବେଦନକାରୀ ନିର୍ଦ୍ଧାରିତ ନିୟମ ଅନୁସରଣ କରି ସଠିକ୍ ତଥ୍ୟ ଓ ଦସ୍ତାବିଜ ସହ ଆବେଦନ କରିବାକୁ କୁହାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

Watch Video: