ମାଲକାନଗିରି ୧୮।୯: ପୋଲିସ କବଜାରେ ଟପ୍ ମାଓନେତା ଅସୀମ ମଣ୍ଡଳ ଓରଫ ଆକାଶ । ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ପୋତାଶପୁର ଅଞ୍ଚଳରୁ ଆକାଶକୁ ଗିରଫ କରିଛି ପୋଲିସ । ଅନେକ ଦିନ ଧରି ୫ ରାଜ୍ୟର ପୋଲିସ ଖୋଜୁଥିଲା । ଶେଷରେ ପୋଲିସ ଜାଲରେ ପଡଛି ମାଓନେତା ଆକାଶ ଓରଫ ତିମି । ଆକାଶ ମୁଣ୍ଡ ଉପରେ ଥିଲା ମୋଟ୍ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କା ରହିଥିବା ବେଳେ ଓଡ଼ିଶା ସରକାର ପକ୍ଷରୁ ୧ କୋଟି ୨୦ ଲକ୍ଷ ଟଙ୍କା ରହିଥିଲା ।

ମେଦିନୀପୁର ଜିଲ୍ଲାର ଚନ୍ଦ୍ରକୋଣା ଥାନା ଅନ୍ତର୍ଗତ ଫୁଲଚକର ବାସିନ୍ଦା ଅସୀମ ୧୯୮୦ ମସିହାରେ ଛାତ୍ର ଜୀବନରୁ ବାମପନ୍ଥୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ । ଲାଲଗଡ଼ ଆନ୍ଦୋଳନରେ ମଧ୍ୟ ଅସିମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୦ ମସିହାରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କମିଟିର ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା । ଆକାଶଙ୍କ ସ୍ତ୍ରୀ ପାଟଶପୁରର ବାସିନ୍ଦା । ସେ ମଧ୍ୟ ନକ୍ସଲ ସଂଗଠନର ଜଣେ ସକ୍ରିୟ କର୍ମୀ ଥିଲେ । ୨୦୧୦ ମସିହାରେ କୋଲକାତା ପୋଲିସର ଟାସ୍କ ଫୋର୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ଜେଲ୍ରେ ଅଛନ୍ତି ।

ଆକାଶ ସ୍ଥାନ ପରିବର୍ତ୍ତନ କରି ଛଦ୍ମବେଶରେ ବୁଲୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଝାରଖଣ୍ଡ ପୋଲିସକୁ ନାକେଦମ୍ କରି ରଖିଥିଲେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ । ବଡ଼ବଡ଼ ହିଂସାକାଣ୍ଡ ଘଟାଇବାରେ ମାଷ୍ଟର ମାଇଣ୍ଡ ଥିଲା ଅସୀମ ।

Also Read:- ଓରାଙ୍ଗଉଟାନ ମାମଲାର ତଦନ୍ତରେ ଲାଗିପାରେ ଲମ୍ବା ସମୟ, ରାକେଟ୍‌ର ମୂଳକୁ ଯିବ STF

ଶେଷ ମାଓନେତା ଅସୀମ ମଣ୍ଡଳଙ୍କୁ ଧରିବାକୁ ଝାଡ଼ଖଣ୍ଡ ଏବଂ ଓଡ଼ିଶା ସରକାରଙ୍କ ଟାର୍ଗେଟ୍ ଥିଲା । ତେବେ ପୋଲିସ ଆଖିରେ ଚକ୍ମା ଦେଇ, ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଥିଲା ଅସୀମ । ଶେଷରେ ପଶ୍ଚିମବଙ୍ଗ ପୋଲିସ ପୂର୍ବ ମେଦିନୀପୁର ଜିଲ୍ଲାର ପୋତାଶପୁର ଅଞ୍ଚଳରୁ ଅସୀମ ଓରଫ ଆକାଶକୁ ଗିରଫ କରିଛି ।

Watch Video: