ଭୁବନେଶ୍ୱର ୦୩।୦୯ : ବର୍ଷା ଛାଡ଼ିଲା, ଏବେ ଖର୍ଚ୍ଚ ବଢାଅ । ସମୀକ୍ଷା କର, ଗ୍ରାଉଣ୍ଡକୁ ଯାଇ ତଦାରଖ ବି କର । ସଚିବସ୍ତରୀୟ ବୈଠକରେ ବିଭାଗୀ ସଚିବମାନଙ୍କୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ବିଭାଗୀୟ ଖର୍ଚ୍ଚ ଦାବି ନେଇ ସଚିବସ୍ତରୀୟ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବର୍ଷା ଶେଷ ହୋଇଛି, ବଜେଟ୍ ଖର୍ଚ୍ଚ ଖୁବ୍ ଦ୍ରୁତ ଗତିରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାରମ୍ବାର ସମୀକ୍ଷା କରି ଗ୍ରାଉଣ୍ଡ ଜିରୋକୁ ଯାଇ ଖର୍ଚ୍ଚର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read:-ଅଣ୍ଡା ଦରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ : ବନ୍ୟା ପ୍ରଭାବରେ ବଢ଼ିଥିଲା, ସ୍ଥିତି ସ୍ୱାଭାବିକ ହେଲେ କମିବ

ସେହିପରି ଜିଲ୍ଲା ସହ ସଚିବସ୍ତରୀୟ ବୈଠକ ଯୋଡ଼ି ହେଉଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ବିକଶିତ ଖୋର୍ଦ୍ଧାର ୨୫ଟି ପ୍ରସ୍ତାବ ଉପସ୍ଥାନ କରୁଛି । ଏହା ସହ କଟକ, ଭୁବନେଶ୍ୱର, ପୁରୀ ଏବଂ ପାରାଦୀପକୁ କ୍ୟାପିଟାଲ ରିଜନକୁ ଯଥା ଶୀଘ୍ର ଆରମ୍ଭ କରିବା ଦିଗରେ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯେଉଁ ଗୁଡିକକୁ ଫୋକସ କରିବାକୁ କହିଛନ୍ତି । ତାହାକୁ ଆମେ ଡେଲି ବେସିସରେ କାର୍ଯ୍ୟ କରୁଛି । କଣ କଣ ଆଉ ସବୁ ହାତକୁ ନେଇ ରାଜ୍ୟ ପାଇଁ କରାଯିବ ତାକୁ ନେଇ ଭିଜନ୍ ପ୍ରସ୍ତୁତ ହେଉଛି ।

Watch Video:-