ଭୁବନେଶ୍ବର ୩।୯: ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ପରେ ଏବେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଶାର ଅଣ୍ଡାର ଚାହିଦା ରହିଥିବା ସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବଢ଼ିଥିବା ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଏହାକୁ ବୃଦ୍ଧି କରି ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି । କୁକୁଡ଼ା ଚାଷ ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଥିବାରୁ ଆଗାମୀ ଦିନରେ ରାଜ୍ୟର ଅଣ୍ଡା ଉତ୍ପାଦନ ଆହୁରି ବଢ଼ିବ । ବନ୍ୟା ଯୋଗୁଁ କିଛି ଫାର୍ମ ପ୍ରଭାବିତ ଓ ନଷ୍ଟ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଦର ଉପରେ ପଡ଼ିଛି । ତେବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବ ଏବଂ ଅଣ୍ଡା ଦର କମିବ ।

​​​​​​​

Also Read:- ଛାତି ଥରାଇ ମାଡ଼ିଆସିଲା, ବାଇକ୍‌କୁ ଘୋଷାଡ଼ି ନେଲା.. କାର୍‌କୁ ଧକ୍କା ଦେଇ ଖୁଣ୍ଟରେ ପିଟିହେଲା

ଅନ୍ୟପଟେ, ଚିକେନ୍ ଦର ନିୟନ୍ତ୍ରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧୀନରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ଉତ୍ପାଦନ ଓ ବଜାର ସ୍ଥିତି ଅନୁସାରେ ଚିକେନ୍ ଦର ନିର୍ଦ୍ଧାରିତ ହୋଇଥାଏ ବୋଲି ସେ କହିଛନ୍ତି । ବନ୍ୟାରେ ଫାର୍ମଗୁଡ଼ିକ ପ୍ରଭାବିତ ହୋଇଥିବାରୁ ବର୍ତ୍ତମାନ ଦର ବଢ଼ିଥିଲେ ମଧ୍ୟ ଧୀରେ ଧୀରେ ଏହା କମିବ । ବଡ଼ ବଡ଼ କମ୍ପାନୀ ଗ୍ରାମାଞ୍ଚଳର ଲୋକଙ୍କୁ ବିଭିନ୍ନ ସମୟରେ ଚିଆଁଠାରୁ ଦାନା ପର୍ଯ୍ୟନ୍ତ ଯୋଗାଇ କୁକୁଡ଼ା ଚାଷରେ ସହଯୋଗ କରୁଥିବା ମନ୍ତ୍ରୀ କହିଛନ୍ତି । ତେବେ ଏ କ୍ଷେତ୍ରରେ ମନମୁଖୀ ନଜର ଆସିଛି ଏହାର ସମାଧାନ କରାଯିବ ।

Watch Video:​​​​​​​