ମୁମ୍ବାଇ : 'ମେଲୋଡି କୁଇନ୍ ' ଆଶା ଭୋସଲେ ଆଉ ଆମ ଗହଣରେ ନାହାନ୍ତି। ୧୨ଏପ୍ରିଲ୍ ରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ଦୁନିଆକୁ କହିଛନ୍ତି ଅଲବିଦା। ସୋସିଆଲ ମିଡିଆ ସହ ବିଭିନ୍ନ ମହଲରେ ସମସ୍ତେ ଆଶାଙ୍କୁ ମନେ ପକାଇ ଦେଉଛନ୍ତି ଶେଷ ଶ୍ରଦ୍ଧାଞ୍ଜଳି । ଏହାରି ଭିତରେ ସମସ୍ତେ ଜାଣିବାକୁ ଚାହାନ୍ତି ଆଶାଙ୍କ ଉତ୍ତରାଧିକାରୀ ତଥା ତାଙ୍କ ପୁଅ ଆନନ୍ଦ କ'ଣ କରନ୍ତି ?

ଆଶା ଭୋସଲେଙ୍କ ପୁଅ ଆନନ୍ଦ କ’ଣ କରନ୍ତି?

ଆଶା ଭୋସଲେ ଏବଂ ଗଣପତରାଓ ଭୋସଲେଙ୍କ ସାନ ପୁଅ ଆନନ୍ଦ ଭୋସଲେ । ସେ ଲାଇମ୍ ଲାଇଟରୁ ଦୂରରେ ରହି ନିଜ ଜୀବନ ଅତିବାହିତ କରିଛନ୍ତି। ଆନନ୍ଦ ମୁମ୍ବାଇରେ ତାଙ୍କ ମାଆଙ୍କ ସହିତ ରୁହନ୍ତି। ସେ ବ୍ୟବସାୟ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଠ ପଢ଼ିଛନ୍ତି।  ସେ ସଙ୍ଗୀତ ସହ ବି ପରୋକ୍ଷରେ ଜଡ଼ିତ। ଗାୟୀକି ସହ ଜଡ଼ିତ ସେ ଆଶାଙ୍କ ସମସ୍ତ ବୃତ୍ତିଗତ କାମକୁ ତଦାରଖ କରନ୍ତି। ଆଶାଙ୍କ ପ୍ରଫେସନାଲ୍ ଲାଇଫ୍ ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକର ପରିଚାଳନା ଦାୟିତ୍ୱ ଆନନ୍ଦ ଭୋସଲେଙ୍କ ଉପରେ ନ୍ୟସ୍ତ ଥାଏ। ବର୍ଷ ବର୍ଷ ଧରି, ସେ ଆଶାଙ୍କ କନସର୍ଟ, ଟ୍ରାଭେଲ, ଏବଂ ବ୍ରାଣ୍ଡିଂ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।  ଆନନ୍ଦ ତାଙ୍କ ମାଆଙ୍କ କ୍ୟାରିୟରକୁ ବିଶ୍ୱ ସ୍ତରରେ ପହଞ୍ଚାଇବାର ଦାୟିତ୍ୱ ନେଇଥିଲେ। ସେ ଅନ୍ତର୍ଜାତୀୟ କନସର୍ଟ ଏବଂ ବିଶ୍ୱସ୍ତରୀୟ ପ୍ରଡକ୍ସନଗୁଡ଼ିକର ତଦାରଖ କରିଥିଲେ। ସେ ଦୁବାଇରେ ଅନୁଷ୍ଠିତ "ASHA@90" ଲାଇଭ୍ କନସର୍ଟ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ଆଶାଙ୍କ ଜୀବନ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ "ଆଶା" ନାମକ ରେଷ୍ଟୁରାଣ୍ଟ ବ୍ରାଣ୍ଡର ବି ଦାୟିତ୍ୱ ନେଇଥିଲେ। ଯାହା ଏକ ସଫଳ ଅନ୍ତର୍ଜାତୀୟ ଡାଇନିଂ ଚେନରେ ପରିଣତ ହୋଇଛି। ଆନନ୍ଦ ଭୋସଲେଙ୍କ ଦୁଇଟି ସନ୍ତାନ। ଝିଅ, ଜାନାଇ ଭୋସଲେ ଏବଂ ପୁଅ, ରଣଜୟ ଭୋସଲେ। ତାଙ୍କ ଝିଅ, ଜାନାଇ ନିଜ ଜେଜେମାଙ୍କ ପରି, ଗୀତ ଗାଇବା ସହ ଜଡିତ। ଏହା ସହିତ, ସେ ମଡେଲିଂ କରନ୍ତି, ଯାହା ପାଇଁ ସେ ସୋସିଆଲ ମିଡିଆରେ ଯଥେଷ୍ଟ ପ୍ରଶଂସା ପାଆନ୍ତି।

ଭୋସଲେ ପରିବାରର ବ୍ୟକ୍ତିଗତ ଜୀବନ

ମାଆ ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ମଜଭୁଦ। ପରିବାରଠୁ ବିଚ୍ଛେଦ ପରେ, ଆନନ୍ଦ ସବୁବେଳେ ନିଜ ମାଆଙ୍କୁ ସମର୍ଥନ କରନ୍ତି। ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସଂପର୍କ ବେଶ୍ ଭଲ। ଆନନ୍ଦ ଭୋସଲେ ଆଶଙ୍କ ସାନ ପୁଅ। ତାଙ୍କ ବଡ଼ ପୁଅ ହେମନ୍ତ ଭୋସଲେଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଛି। ଝିଅ ବର୍ଷା ଭୋସଲେ ମଧ୍ୟରେ ଅବଷାଦରେ ରହି ମୃତ୍ୟୁ ବରଣ କରିଥିଲେ।

 Also Read- Asha Bhosle's net worth: ପୁଅ ନା ନାତୁଣୀ, ଆଶା ଭୋସଲେଙ୍କ ସଂପତ୍ତିର ପ୍ରକୃତ ଉତ୍ତରାଧିକାରୀ କିଏ ?