ବମ୍ବେ-; ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ପାଳିଲେ ଫ୍ୟାନ୍ସ l ମୁମ୍ବାଇର ‘ଜଲସା’ ରେ ଥିବ ଅମିତାଭ ବଚନଙ୍କ ବାସଗୃହ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଶୁକ୍ରବାର ରାତିରୁ ହିଁ ଅନେକ ପ୍ରଶଂସକ ତାଙ୍କ ଘର ବାହାରେ ପହଞ୍ଚିଥିଲେ। ଅମିତାଭଙ୍କ ଜନ୍ମଦିନ ପାଳନ କରିବାକୁ ଦେଶର ବିଭିନ୍ନ ରାଜ୍ୟରୁ ଲୋକ ଆସିଥିଲେ।

କେହି କେକ୍ ଆଣିଥିଲେ ତ ଆଉ କେହି ମିଠା ଓ ଅମିତାଭଙ୍କ ଫଟୋ ଥିବା ପୋଷ୍ଟର ଧରି ଆସିଥିଲେ। ରାତି ୧୨ଟା ହେବା ମାତ୍ରେ ପ୍ରଶଂସକମାନେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ନାଁରେ ସ୍ଲୋଗାନ ଦେବା ସହ ତାଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ଏହି ଖୁସିର ମୁହୂର୍ତ୍ତରେ ପ୍ରଶଂସକମାନେ ପରସ୍ପରକୁ ମିଠା ବାଣ୍ଟିଥିଲେ। କେତେକ ଢୋଲ ବାଜାର ତାଳେ ତାଳେ ନାଚି ଜନ୍ମଦିନର ଖୁସି ମନାଇଥିଲେ।

କେବଳ ଏବର୍ଷ ନୁହେଁ ପ୍ରତିବର୍ଷ ଅମିତାଭଙ୍କ ଜନ୍ମଦିନରେ ତାଙ୍କ ଘର ‘ଜଲସା’ ବାହାରେ ଏଭଳି ଭିଡ଼ ଦେଖିବାକୁ ମିଳେ। ଏଥର ମଧ୍ୟ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଗୁଜରାଟ ସମେତ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସକ ଆସି ନିଜ ପ୍ରିୟ ଅଭିନେତାଙ୍କ ଜନ୍ମଦିନ ପାଳନ କରିଥିଲେ।ଅମିତାଭଙ୍କ ପ୍ରତି ପ୍ରଶଂସକଙ୍କ ଏହି ଭଲପାଇବା ପୁଣିଥରେ ପ୍ରମାଣ କରିଛି ଯେ, ଦଶନ୍ଧି ପରେ ଦଶନ୍ଧି ବିତିଗଲେ ମଧ୍ୟ ତାଙ୍କ ଲୋକପ୍ରିୟତା କମିନାହିଁ।

ସମୟର ଦ୍ରୁତ ପ୍ରବାହରେ ୮୪ ବୟସରେ ପାଦ ଥାପିଲେ ବିଗବି l ବର୍ଦ୍ଧକ୍ୟର ଲେସ ମାତ୍ର ଚିହ୍ନ ତାଙ୍କ କାର୍ଯ୍ୟ ଧାରାରେ ଦେଖିବାକୁ ମୁଳୁନି l ବରଂ କଲି ଅପେକ୍ଷା ସେ ଆଜି ଅଧିକ ଚମକୁଛନ୍ତି l କେବିଶି ମଞ୍ଚରେ ତାଙ୍କୁ ଦେଖିବାକୁ ଅଗଣିତ ଦର୍ଶକ ଅପେକ୍ଷା କରି ରହୁଛନ୍ତି l ଆଜି ବି ତାଙ୍କ ଫ୍ୟାନଙ୍କ ସଂଖ୍ୟା କମିନି l ସିନେ ପରଦା ଠାରୁ ଆରମ୍ଭ କରି ଟିଭି ପରଦା ସବୁଠି ଅତି ସୁନ୍ଦର ଭାବରେ ନିଜକୁ ଫିଟ କରିଦିଅନ୍ତି ଆଉ ଦର୍ଶକଙ୍କ ମନ ଜିତିବାର କାଇଦା ମଧ୍ୟ ଜାଣନ୍ତି l