ନୂଆଦିଲ୍ଲୀ: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ । ସେମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେବା ନେଇ ସୂଚନା ମିଳିବା ପରେ ଦେଶର ସୁରକ୍ଷା ଏଜେନ୍ସି ପକ୍ଷରୁ ଜରୁରୀ ବୈଠକ  ହୋଇଛି । ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଲାଡିସ୍ଲ କୋସିନିଆକ୍‌ କାମିଜ୍‌ଙ୍କୁ କିଏ ଏବଂ କାହିଁକି ହତ୍ୟା କରିବାକୁ ଯୋଜନା କରୁଛନ୍ତି, ଏନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥାଇାପରେ । ରବିବାର ଗୃହ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ପୁଲିସକୁ ଏହି ଆକ୍ରମଣ ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି।

ଗୃହ ମନ୍ତ୍ରଣାଳୟର ପ୍ରବକ୍ତା କାରୋଲିନା ଗାଲେକା କହିଛନ୍ତି ଯେ, ରାଜ୍ୟ ସୁରକ୍ଷା ସେବା ଜରିଆରେ ପୁଲିସକୁ ଏହି ଆକ୍ରମଣ ସମ୍ବନ୍ଧୀୟ ସୂଚନା ମିଳିଥିଲା। ଏହି ସୂଚନା ପରେ ପୁଲିସ, ସ୍ପେଶାଲ ସିକ୍ୟୁରିଟି ଏଜେନ୍ସି  ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥାର ମିଳିତ ବୈଠକରେ ତଥ୍ୟଗୁଡ଼ିକର ବିଶ୍ଳେଷଣ କରାଯାଇଛି। ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ଦେଶର ଜଣେ ବରିଷ୍ଠ ଅଧିକାରୀ ଡୋବ୍ରଜିନସ୍କି କହିଛନ୍ତି ଯେ, ଆମେ ଏହି ସୂଚନାକୁ ଗୁରୁତର ସହ ନେଉଛୁ। ଦିନକୁ ଦିନ ପୋଲାଣ୍ଡ ଓ ଏହାର ନାଗରିକଙ୍କ ପ୍ରତି ବିପଦ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଆକ୍ରମଣ ହେବା ନେଇ ଏକ ବଳିଷ୍ଠ ସମ୍ଭାବନା ରହିଛି।’

 ପୋଲାଣ୍ଡରେ ହାଇଆଲର୍ଟ
ଗତ କିଛି ଦିନ ହେବ ପୋଲାଣ୍ଡରେ  ଆକ୍ରମଣ ଘଟଣା ଘଟିବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଟସ୍କ ଏହିପରି ହିଂସାକୁ କଡ଼ା ସମାଲୋଚନା କରିଥିଲେ । ଏହାକୁ ହିଂସାର ସଂସ୍କୃତି ବୋଲି ଅଭିହିତ କହିଥିଲେ। ପୋଲାଣ୍ଡ ନାଟୋ ଏବଂ ୟୁରୋପୀୟ ୟୁନିଅନର ଏକ ପ୍ରମୁଖ ସଦସ୍ୟ ଦେଶ। ଏହି ହତ୍ୟା ଉଦ୍ୟମ ଲାଗି ଷଡ଼ଯନ୍ତ୍ର ପଛରେ କାହାର ହାତ ଅଛି ? କେଉଁମାନେ ଏଥିରେ ସାମିଲ ଅଛନ୍ତି ? ସେନେଇ ସୂଚନା ମିଳିପାରି ନାହିଁ । ସୁରକ୍ଷା ଏଜେନ୍ସିର ତଦନ୍ତ ପରେ ଏହି ସବୁ ରହସ୍ୟ ଉପରୁ ପରଦା ହଟିପାରେ ।