କଟକ : ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ଘରକୁ ଆସିବ ନୂଆ ଅତିଥି। ଅର୍ଥାତ୍ ବିବାହରେ ବର୍ଷକ ପରେ ଅନୁଭବ ଓ ଜଗ୍ରୁତି ବାପା - ମାଆ ହେବାକୁ ଯାଉଛନ୍ତି। ଅନୁଭବ ଓ ଜାଗୃତି ନିଜ ସୋସିଆଲ୍ ମିଡିଆରେ ପେଜରେ ଏହି ଖୁସି ଖବର ସେଆର କରିଛନ୍ତି।

ସୋସିଆଲ୍ ମିଡିଆରେ ଏକ ପ୍ରେଗ୍ନାନ୍ସି କିଟ୍ ସେଆର କରି  ଅନୁଭବ ଲେଖିଛନ୍ତି ‘ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ। ଆମେ  ବାପା- ମାଆ ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ । ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ । ଏମିତି କିଛି ଲେଖି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ’ । ଏହି ଖବର ଆସିବା ପରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ସୋସିଆଲ ମିଡିଆରେ ଶୁଭେଚ୍ଛା ବର୍ଷା କରୁଛନ୍ତି ସେମାନଙ୍କ ପ୍ରଶଂସକ।

୧୧ ମାର୍ଚ୍ଚ ୨୦୨୫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ଓ ଜାଗୃତି। ଦିଲ୍ଲୀରେ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା।

Also Read- Amitabh Bachchan: ରେଖା-ଜୟା ନୁହେଁ, ଏହି ମିଷ୍ଟ୍ରି ଗର୍ଲଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅମିତାଭ, ବ୍ରେକଅପ ପରେ ଛାଡିଥିଲେ କୋଲକତା