ଜୟପୁର, ୨୩/୦୮ : ରଙ୍ଗିଲା ପ୍ରିନ୍ସିପାଲ୍ । ସାର୍ଟ୍ ଖୋଲିଲେ । ସିଧା ପାଣିକୁ ଡେଇଁ ପଡିଲେ । ପାଣିରେ ପୂର୍ବରୁ ଗାଧୋଉଥିବା ଛାତ୍ରୀଙ୍କ ସହ ମିଶି ନିଜେ ଗୋଧୋଇଲେ । ଖାଲି ଏତିକି ନୁହେଁ । କୋଳରେ ମଧ୍ୟ ଉଠାଇଲେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବାଇରାଲ ହୋଇଛି । ଯେଉଁଥିରେ ଏକ ସ୍କୁଲର ଜଣେ ପ୍ରଧାନଶିକ୍ଷକଙ୍କ କାରନାମା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଏହି ଭିଡିଓଟି ହେଉଛି ଅଗଷ୍ଟ ୧୫ ତାରିଖର । ରାଜସ୍ଥାନ ଅଲଓ୍ୱାରର ଏକ ସ୍କୁଲର ସ୍ୱାଧିନତା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ସ୍କୁଲର ହେଡ୍ ସାର୍ ଛାତ୍ରୀଙ୍କୁ ନେଇ ବୁଲିବାକୁ ଯାଇଥିଲେ । ଏପରିକି ସେମାନଙ୍କୁ ପହଁରିବା ସିଖାଇବେ ବୋଲି କହିଥିଲେ । ସମସ୍ତେ ସ୍କୁଲରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ବନ୍ଧକୁ ଯାଇଥିଲେ ।

ବନ୍ଧରେ ପହଁଚିବା ପରେ ଛାତ୍ରୀମାନେ ପାଣିକୁ ପ୍ରଥମେ ଯାଇଥିଲେ । ସେମାନେ ଗୋଧୋଇବା ସହ ସନ୍ତରଣ କରିଥିଲେ । ଏହାପରେ ସ୍କୁଲର ପ୍ରିନ୍ସିପାଲ ବା ପ୍ରଧାନ ଶିକ୍ଷକ ନିଜ ଶରୀରରୁ ପୋଷାକ ଓହ୍ୱାଇ ନିଜେ ପାଣିରେ ପ୍ରବେଶ କରିଥିଲେ । ଛାତ୍ରୀଙ୍କ ସହ ମିଶି ବିନା ପୋଷାକରେ ଗାଧୋଇବାର ଭିଡିଓ ଭାଇରାଲ ହେଉଛି । ତେବେ ଏହି ଭିଡିଓ ଭାଇରାଲ ହେଲା ପରେ ବିବାଦ ଦେଖାଦେଇଛି । ଅନ୍ୟ ଦିଗରେ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରାଯାଆଇଛି ।

କୁହାଯାଉଛି ଯେ, ଅଲଓ୍ୱର୍ ଧାନାଗାଜୀ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ଏପରି ଘଟଣା ଘଟିଛି । ଗତ ଅଗଷ୍ଟ ୧୫ରେ ସ୍କୁଲରେ ସ୍ୱାଧିନତା ଦିବସ ଉପଲକ୍ଷେ ସମାରୋହ ଥିଲା । ଏହାପରେ ହିଁ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଧରି ବନ୍ଧକୁ ଯାଇଥିଲେ । ତାଙ୍କ ସହ ୨୦ରୁ ୨୫ ଜଣ ଛାତ୍ରୀ ରହିଥିଲେ ।

Also Read :- ଦାଦନ ଭାଙ୍ଗିଦେଲା ସୁନା ସଂସାର: ଭାଇକୁ ଅପେକ୍ଷା କରିଥିଲା ଭଉଣୀ, ଦୁବାଇରେ ଶବ ହୋଇ ଫେରିବେ ଉତ୍ତମ

ଏବେ ପ୍ରଶ୍ନ ଉଠୁଛି ଯେ, ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଧରି ଯେଉଁଠାକୁ ଯାଇଥିଲେ ତାହା ସୁରକ୍ଷିତ ନା ନାହଁ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ବନ୍ଧରେ ବହୁତ ପାଣି ରହିଛି । ଏହା ନିଛାଟିଆ ସ୍ଥାନରେ ଅଛି । ଗତ ୪ ବର୍ଷ ହେଲା ଏଠାକୁ ଯିବା ଉପରେ ପ୍ରଶାସନ ବାରଣ କରିଛି । ଏହାସତ୍ୱେ କିପରି ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ନେଇ ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି ।