ନୟାଗଡ଼: ପଶ୍ଚିମବଙ୍ଗ ଲୋକଙ୍କୁ ରାଜ୍ୟରୁ ତଡ଼ୁଥିବା ନେଇ ସାଂସଦ ମହୁଆଙ୍କ ସମାଲୋଚନାରେ ପରେ ମୁହଁ ଖୋଲିଛି ନୟାଗଡ଼ ପୋଲିସ। ଶୁକ୍ରବାର ଏସ୍‌ପି ଏସ୍ ସୁଶ୍ରୀ ପ୍ରେସ୍ ମିଟ୍ କରି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି।

ସେ କହିଛନ୍ତି ବାହାର ରାଜ୍ୟରୁ ଆସି ଜିଲ୍ଲାରେ ରହି ବାହାରେ ବୁଲି ବ୍ୟବସାୟ କରୁଥିବା ଲୋକମାନଙ୍କର କିଛି ଦିନ ହେଲା କାଗଜପତ୍ର ଯାଞ୍ଚ କରାଯାଉଥିଲା। ଓଡ଼ଗାଁ ଥାନା ଅଞ୍ଚଳରେ ୧୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ଜଣ ପୋଲିସକୁ ସୂଚନା ନଦେଇ ପଳାଇଯାଇଥିବାବେଳେ ଅନ୍ୟମାନେ ଏବେବି ଆମ ଜିଲ୍ଲାରେ ଅଛନ୍ତି ବୋଲି ଏସ୍ ପି କହିଛନ୍ତି।

ସେ ଆହୁରି କହିଛନ୍ତି ଏହା ଭିତରେ ଜିଲ୍ଲାରେ ୧୦୦ରୁ ଅଧିକ ସଦିଗ୍ଧଙ୍କ ଯାଞ୍ଚ କରାଯାଇଛି ଏବଂ କୌଣସି ବାଂଲାଦେଶୀ ଚିହ୍ନଟ ହୋଇନାହାଁନ୍ତି।