ଭୁବନେଶ୍ୱର ୩୦।୭: ଭୁବନେଶ୍ବର DM ସ୍କୁଲର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରିନ୍ସିପାଲଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଦିଲ୍ଲୀରେ ଥିବା ହେଡ୍ କ୍ବାର୍ଟରରୁ ଚିଠି ଆସିଛି । ତଦନ୍ତ ସ୍କାନରରେ ଅଛନ୍ତି ସ୍କୁଲର ସମସ୍ତ କର୍ମଚାରୀ । ସ୍କୁଲ ପରିସରରୁ ଛାତ୍ରୀ ଜଣଙ୍କ କେମିତି ବାହାରକୁ ଗଲେ ସେନେଇ ଚାଲିଛି ଖୋଳତାଡ଼ । CCTV ଫୁଟେଜ ଜବତ କରିବା ସହ ତନାଘନା ଚଳାଇଛି ପୋଲିସ I ସେପଟେ ସ୍କୁଲରେ ଏନକ୍ବାରୀ ପାଇଁ ୭ ଜଣିଆ ଟିମ୍ ଗଠନ କରିଛନ୍ତି ପ୍ରିନ୍ସିପାଲ I

ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସହ, ଛାତ୍ରୀଙ୍କର କେମିତି ମୃତ୍ୟୁ ହେଲା ସେ ବାବଦରେ ସବିଶେଷ ତଥ୍ୟ ଦେବାକୁ ପ୍ରିନ୍ସିପାଲଙ୍କୁ ଦିଲ୍ଲୀ ହେଡ୍ କ୍ୱାର୍ଟରରୁ ଚିଠି ଆସିଛି I ତେବେ ଘଟଣାର ଖୋଳତାଡ଼ ପାଇଁ କ୍ୟାମ୍ପସରେ ଚାଲିଛି ଘନ ଘନ ବୈଠକ I ସ୍କୁଲରେ ଅଘଟଣ ଘଟାଇଥିବାରୁ ସମସ୍ତଙ୍କୁ ସ୍କାନରରେ ରଖାଯାଇଛି I ଭୁଲ କାହାର, କେଉଁ ତ୍ରୁଟି ପାଇଁ ପ୍ରଥମେ ସ୍କୁଲ ଓ ସ୍କୁଲର ହତା ବାହାରକୁ ଚାଲି ଯାଇଥିଲେ ଛାତ୍ରୀ ସେନେଇ ଖୋଳତାଡ଼ କରାଯାଉଛି I ପୋଲିସ ସମସ୍ତ ସିସିଟିଭି ଫୁଟେଜ ଜବତ କରିବା ସହ ତନାଘନା ଆରମ୍ଭ କରିଛି I

Also Read:- ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ରେଡ୍‌କ୍ରସ୍‌ର ସହାୟତା, ପ୍ରଥମ ପର୍ଯ୍ୟାୟରେ ଧାମନଗରକୁ ପଠାଗଲା ଶୁଖିଲା ଖାଦ୍ୟ ପ୍ୟାକେଟ୍

ସେପଟେ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ I ୭ ଜଣିଆ ଟିମ୍ ଗଠନ କରିଛନ୍ତି ପ୍ରିନ୍ସିପାଲ I ସ୍କୁଲକୁ ଆସିବା ଠାରୁ ବାହାରିବା ପର୍ଯ୍ୟନ୍ତ, ଉଭୟ ଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଭିତରର ସମସ୍ତ ଟିକିନିକି ତଥ୍ୟ ହାସଲ କରିବ ଏହି ଟିମ୍ I ଏହି ଟିମ୍ରେ ସ୍କୁଲର ଜଣେ କର୍ତ୍ତୃପକ୍ଷ ରହିଥିବା ବେଳେ ଅନ୍ୟ ସମସ୍ତେ କଲେଜ କର୍ତ୍ତୃପକ୍ଷ ରହିଛନ୍ତି I ଅଭିଜ୍ଞ ପ୍ରଫେସର, ମହିଳା ପ୍ରଫେସର ଏହି ଟିମ୍ରେ ଅଛନ୍ତି । ତାଙ୍କୁ ମନିଟରିଂ କରୁଛନ୍ତି ପିନ୍ସିପାଲ I