ୱାଶିଂଟନ: ବିଶ୍ୱ ଅଟୋମୋବାଇଲ କ୍ଷେତ୍ରରେ ବର୍ତ୍ତମାନ ଫ୍ଲାଇଂ କାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଟେସଲା ଏହାର ଫ୍ଲାଇଂ କାର୍ ଡେମୋ ସାରା ବିଶ୍ୱକୁ ଦେଖାଇଥିଲା। ଟେସଲାର ରୋଡଷ୍ଟର କାର୍ ଏୟାର କୋଲ୍ଡ ଗ୍ୟାସ୍ ଥ୍ରଷ୍ଟର ସହାୟତାରେ ଉପରକୁ ଉଡ଼ିବା ପରେ ଉପରେ ହିଁ ଓଲଟି କୌଶଳ ପ୍ରଦର୍ଶନର କରିବା ପରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା। ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି।

ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଫ୍ଲାଇଂ କାର୍ ନିର୍ମାତା କମ୍ପାନୀ ଆଲେଫ୍ ଏରୋନଟିକ୍ସ ଟେସଲାକୁ ସ୍ୱାଗତ କରିଛି। କମ୍ପାନୀର ସିଇଓ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, କମ୍ପାନୀର ପ୍ରତିଷ୍ଠା ହେବା ଦିନ ଠାରୁ ୧୧ ବର୍ଷ ଧରି ଫ୍ଲାଇଂ କାର ନିର୍ମାଣ କ୍ଷେତ୍ରରେ ଏକାକୀ କାମ କରୁଥିଲା। ଏବେ ଟେସଲାକୁ ଏହି ଦୌଡ଼ରେ ସ୍ୱାଗତ କରୁଛି।

ତେବେ ଆଲେଫ(Alef) ଓ ଟେସଲା କମ୍ପାନୀ କାର୍ ମଡେଲ ସମାନ ନୁହେଁ। ଯଦିଓ ଉଭୟ କମ୍ପାନୀର କାର ଆକାଶରେ ଉଡ଼ିବା କ୍ଷମତା ରଖିଛନ୍ତି, ହେଲେ ଉଭୟ ମଡେଲର ଆକାଶରେ ଗତି କରିବାର ଶୈଳୀ ଅଲଗା ଅଲଗା। ୨୦୧୫ରୁ ଅଲେଫ ଉଡ଼ନ୍ତା କାର୍ ଉତ୍ପାଦନ କାମ କରି ଆସୁଛି। କମ୍ପାନୀ ଏମିତି କାର୍ ତିଆରି କରିବାକୁ ଚାହୁଁଛି ଯେମିତି ଏହା ରାସ୍ତାରେ ଚାଲି ପାରିବ ଓ ଦରକାର ପଡ଼ିଲେ ଆକାଶରେ ବିମାନ ଭଳି ଉଡ଼ିପାରିବ। ହେଲେ ଟେସଲା ରୋଡଷ୍ଟର ଏକ ସ୍ପୋର୍ଟ୍ସ କାର ହୋଇଥିବାରୁ ଏହା ଷ୍ଟଣ୍ଟ ପାଇଁ ଅଳ୍ପ ସମୟ ପାଇଁ ଆକାଶରେ ଉଡ଼ିପାରିବ। ଦୁଇ କମ୍ପାନୀର କାର ମଧ୍ୟରେ କଣ ପ୍ରାର୍ଥକ୍ୟ ଅଛି ଆସନ୍ତୁ ଜାଣିବା

ଆଲେଫ୍ ମଡେଲ୍ ଏ: ରାସ୍ତାରେ ଚାଲିବ, ଆକାଶରେ ଉଡ଼ିବ

୨୦୧୫ରେ ଆଲେଫ୍ ଏରୋନଟିକ୍ସ କମ୍ପାନୀର ପ୍ରତିଷ୍ଠା ହୋଇଥିଲ। କମ୍ପାନୀ ଏହାର ‘ମଡେଲ୍ ଏ’ କୁ ଏଭଳି ବିକଶିତ କରିବାକୁ ଚାହୁଁଛି ଯେମିତି କାର୍ ରାସ୍ତାରେ ସୁରଖୁରରେ ଚାଲିପାରିବ ଓ ଆକାଶରେ ମଧ୍ୟ ଉଡ଼ିପାରିବ। ଏହି ଯାନରେ ଏକାଧିକ ଇଲେକ୍ଟ୍ରିକ୍ ରୋଟର୍ ବ୍ୟବହାର କରାଯାଇଛି। ଏହା ଭର୍ଟିକାଲ ଟେକ-ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଡିଜାଇନ କରାଯାଇଛି। ଆଲେଫ କମ୍ପାନୀର ଏହି କାର ଆକାଶରେ ପ୍ରାୟ ୧୧୦ ମାଇଲ୍ (୧୭୭ କିଲୋମିଟର) ଉଡି ପାରିବ ଏବଂ ରାସ୍ତାରେ ପ୍ରାୟ ୨୦୦ରୁ ୨୨୦ ମାଇଲ୍ (୩୨୨ରୁ ୩୫୪ କିଲୋମିଟର) ଚାଲିବାକୁ ଲକ୍ଷ୍ୟ ରଖି ତିଆରି କରାଯାଇଛି। ରସ୍ତା ଉପରେ ଏହାର ଗତି ଏକ ସାଧାରଣ ସ୍ପୋର୍ଟସ କାର୍ ଠାରୁ ବି ସ୍ଲୋ ରହିବ। କାରଣ ରାସ୍ତାରେ ଧୀରେ ଚାଲିବାକୁ ଏହାକୁ ସ୍ଲୋ ସ୍ପିଡ୍ କାର ଭାବରେ ତିଆରି କରାଯାଇଛି।

ଏହାର ପରୀକ୍ଷମୂଳକ ଉଡ଼ାଣ ପାଇଁ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) ୨୦୨୩ରେ କମ୍ପାନୀକୁ ସ୍ପେଶାଲ୍ ଏୟାରୱର୍ଥିନେସ୍ ସାର୍ଟିଫିକେଟ୍ ଦେଇଥିଲେ। ଅର୍ଥାତ କମ୍ପାନୀ ସାଧାରଣ ଯାତ୍ରୀଙ୍କୁ ନେଇପାରିବ ନାହିଁ। ଖାଲି ପରୀକ୍ଷାମୂଳକ ଉଡାଣ ଭରିପାରିବ। କମ୍ପାନୀ ପ୍ରାଥମିକ ପର୍ଯ୍ୟୟରେ କିଛି ହାତ ତିଆରି କାର୍ ନିର୍ମାଣ କରିବା ଆରମ୍ଭ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଡଲାର୍ ବା ପ୍ରାୟ ୨.୫ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି କୁହାଯାଉଛି।

ଟେସ୍ଲା ରୋଡଷ୍ଟର- ଟେସଲା ହେଉଛି ମୋଟ ଉପରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଏକ ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର। ଷ୍ଟଣ୍ଟ ପାଇଁ ଏଥିରେ କୋଲ୍ଡ ଥ୍ରଷ୍ଟର୍ ସୁବିଧା ଦିଆଯାଇଛି। ଏହାର କେତେକ ନିର୍ଦ୍ଦିଷ୍ଟ ଭର୍ସନ୍ରେ କୋଲ୍ଡ-ଗ୍ୟାସ୍ ଥ୍ରଷ୍ଟର୍ ବ୍ୟବହାର କରାଯିବାର ଯୋଜନା ରହିଛି। କୋଲ୍ଡ-ଗ୍ୟାସ୍ ଥ୍ରଷ୍ଟର୍ ହେଉଛି ଏମିତି ଏକ ବ୍ୟବସ୍ଥାରେ ଯେଉଁଥିରେ ଉଚ୍ଚ ଚାପରେ ସଂରକ୍ଷିତ ସଙ୍କୁଚିତ ବାୟୁକୁ ଏକାଧିକ ନୋଜଲ୍ ଦେଇ ବାହାର କରାଯାଏ। ଏଥିରୁ ସୃଷ୍ଟି ହେଉଥିବା ଧକ୍କା ବା ଥ୍ରଷ୍ଟ୍ ଯାନକୁ ଅଳ୍ପ ସମୟ ପାଇଁ ଉପରକୁ ଉଠାଇବା କିମ୍ବା ଷ୍ଟଣ୍ଟ କରିବାରେ ସହାୟତା କରିପାରେ।

ଟେସଲା ରୋଡଷ୍ଟର ଆଲେଫ କମ୍ପାନୀର ‘ମଡେଲ୍ ଏ’ କାର ସହିତ ତୁଳନା କରାଯା ପାରିବ ନାହିଁ। ଟେସଲା ରୋଡଷ୍ଟରର ପ୍ରଡକ୍ସନ ୨୦୨୮ରେ କରିବାକୁ ଟାର୍ଗେଟ୍ ରଖାଯାଇଥିବା ବେଳେ ଏହାର ମୂଲ୍ୟ ଓ ଉପଲବ୍ଧତା ବିଷୟରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ଫ୍ଲାଇଂ କାର୍ ମାର୍କେଟ୍ ଏବେ ବି ଯୋଜନ ଦୂରରେ

ଫ୍ଲାଇଂ କାର ନିର୍ମାଣ କରିବାରେ ଏବେ ବି ସମସ୍ୟା ରହିଛି। ବର୍ତ୍ତମାନ ଏହାର ମାର୍କେଟ୍ ସେତେଟା ନାହିଁ। ସୁରକ୍ଷା ଚ୍ୟାଲେଞ୍ଜ, ରେଗୁଲେସନ, ବାସ୍ତବତା ଆଦି ସମସ୍ୟାଗୁଡ଼ିକ ଏହି କାର୍କୁ ସହଜରେ ଲୋକଙ୍କ ପାଖରେ ପହଞ୍ଚାଇ ପାରି ନାହିଁ।