ମୁମ୍ଵାଇ ୧୯।୦୪; ଫିଲ୍ମ ତାରକାଙ୍କ ଅଧିକାଂଶ ପିଲାଙ୍କ ସ୍ୱପ୍ନ ହେଉଛି ସେମାନେ ନିଜ ପିତାମାତାଙ୍କୁ ଫଲୋ କରିବା । ଏହା ସହ ତାଙ୍କ ଭଳି ସିନେମା ଜଗତରେ ରାଜତ୍ୱ କରିବା । ହେଲେ ଅକ୍ଷୟ କୁମାରଙ୍କ ପୁଅ ଆରବ ଭାଟିଆ ସେହି "ଷ୍ଟାର କିଡ୍ସ" ମଧ୍ୟରୁ ନୁହଁନ୍ତି। ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନାଙ୍କ ପୁଅ ଆରବ ଭାଟିଆ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ତାଙ୍କର ସ୍ୱପ୍ନ ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବା। ବର୍ତ୍ତମାନ,ସେ ଏପରି ଏକ ଚାକିରିରେ କାମ କରୁଛନ୍ତି, ଯାହାର ଦରମା ମାତ୍ର ୪୫୦୦ ଟଙ୍କା।

ଫିଲ୍ମ ଜଗତରୁ ଦୂରରେ ରହିବାକୁ ପସନ୍ଦ କରନ୍ତି

ଅକ୍ଷୟ କୁମାର ନିଜେ ତାଙ୍କ ପୁଅ ଆରବ ଭାଟିଆଙ୍କ ସମ୍ପର୍କରେ ଏହି ସିକ୍ରେଟକୁ ପ୍ରକାଶ କରିଥିଲେ। ଅଭିନେତା କହିଥିଲେ ଯେ ତାଙ୍କ ପୁଅର ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ। ବରଂ ସେ ଏକ ସମ୍ପୂର୍ଣ୍ଣ ଭିନ୍ନ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହାଁନ୍ତି।

ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ଆରବ

ଆଲୋଚନାରେ, ଅକ୍ଷୟ କୁମାର ତାଙ୍କ ପୁଅ ଆରବଙ୍କ କ୍ୟାରିୟର ଯୋଜନା ବିଷୟରେ ଖୋଲାଖୋଲି ଭାବେ କହିଥିଲେ "ଆମେ ଅନେକ ଦୃଷ୍ଟିରୁ ସମାନ। ତାଙ୍କର ହେଲଥ ଓ ଫିଟନେସରେ ଆଗ୍ରହ ଅଛି । ସେ ଠିକ୍ ମୋ ପରି। ସେ ଉଚ୍ଚ ଏବଂ ଅତ୍ୟନ୍ତ ଧ୍ୟାନ କେନ୍ଦ୍ରିତ। ସେ କାମ କରିବାକୁ ଉପଭୋଗ କରନ୍ତି, କିନ୍ତୁ ସେ ଫିଲ୍ମ ଶିଳ୍ପରେ ପ୍ରବେଶ କରିବାକୁ ଚାହାଁନ୍ତି ନାହିଁ। ତାଙ୍କର ଏପରି କୌଣସି ଯୋଜନା ନାହିଁ। ସେ ଫ୍ୟାଶନରେ କ୍ୟାରିୟର କରିବାକୁ ଚାହାଁନ୍ତି।"

ଆରବ ବର୍ତ୍ତମାନ ୪୫୦୦ ଟଙ୍କାରେ ଚାକିରି କରୁଛନ୍ତି

ଅକ୍ଷୟ କୁମାର ଆହୁରି ବ୍ୟାଖ୍ୟା କରିଛନ୍ତି ଯେ ଆରବ ବର୍ତ୍ତମାନ ଗ୍ରାମାଞ୍ଚଳ ପରିଦର୍ଶନ କରି ଫ୍ୟାଶନ ବିଷୟରେ ଶିଖୁଛନ୍ତି। ଅକ୍ଷୟ କୁମାର ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କ ପୁଅ ବର୍ତ୍ତମାନ ଏପରି ଏକ ଚାକିରିରେ କାମ କରୁଛି । ଯାହାର ଦରମା ମାତ୍ର ୪,୫୦୦ ଟଙ୍କା। ଏହା ଏକ ଭଲ କଥା ନୁହେଁ ବହୁତ ଭଲ କଥା। ସେ ଫ୍ୟାଶନ ବିଷୟରେ ଶିଖିବା ପାଇଁ ଗାଁ ଗାଁ ଭ୍ରମଣ କରୁଛି । ସେ ବିଭିନ୍ନ ପ୍ରକାରର ପ୍ରିଣ୍ଟ ଏବଂ ଅନ୍ୟାନ୍ୟ ଜିନିଷ ଉପରେ କାମ କରୁଛନ୍ତି। ମୁଁ ତାଙ୍କୁ ଉପଦେଶ ଦେଉନାହିଁ, ମୁଁ କେବଳ ତାଙ୍କୁ କହିଛି ଯେ କେବେ କାହାକୁ କ୍ଷତି ପହଞ୍ଚାଅ ନାହିଁ। ଏହା ଉଲ୍ଲେଖନୀୟ ଯେ ଅକ୍ଷୟ କୁମାରଙ୍କ ପୁଅ ଆରବ ବର୍ତ୍ତମାନ ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟରେ ଫ୍ୟାଶନ ପାଠ ପଢ଼ୁଛନ୍ତି ଏବଂ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

Also Read-Femina Miss India: ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ, ରାଜନନ୍ଦିନୀ-ଅଦ୍ବୈତା ରନର୍ସଅପ୍‌