ନୂଆଦିଲ୍ଲୀ ୨୫ ।୦୭; ଗୌରବ ଖାନ୍ନାଙ୍କ ପତ୍ନୀ ଆକାଂକ୍ଷା ଚାମୋଲା । ଏବେ ଶୋ’ ଲକ୍ ଅପ୍ ଭିତରେ ବହୁତ ହଇଚଇ ସୃଷ୍ଟି କରୁଛନ୍ତି। ସେ ଲାଇମ୍‌ଲାଇଟ୍ ପାଇବା ପାଇଁ ବିବାଦୀୟ ବୟାନ ମଧ୍ୟ ଦେଉଛନ୍ତି।

ଶୋ’ରେ ପ୍ରବେଶ କରିବା ପରେ, ସେ ଗୌରବଙ୍କ ଠାରୁ ଛାଡପତ୍ର ନେବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ। ପରବର୍ତ୍ତୀ ସମୟରେ, ସେ ପ୍ରକାଶ କରିଥିଲେ ଯେ ସେ ବାଇସେକ୍ସୁଆଲ୍।

ଏବେ ଶୋ’ରେ ଆକାଂକ୍ଷା ଏବଂ ପାମେଲା ସେରେନାଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ପରିଲକ୍ଷିତ ହେଉଛି। ପାମେଲା ବ୍ୟତୀତ, ସେ ଲୈଲା (ଉରଫ ବରୁଣ ଯାଦବ) ସହିତ ମଜାଦାର କଥା ମଧ୍ୟ କରନ୍ତି।

ହେଲେ ଲାଟେଷ୍ଟ ଏପିସୋଡ୍‌ରେ, ଆକାଂକ୍ଷା ଏକ ମନ୍ତବ୍ୟ ଦେଇଥିଲେ ଯାହା ସମସ୍ତଙ୍କୁ ପାଦ ତଳୁ ମାଟି ଖସିଯାଇଥିଲା । ସେ ତାଙ୍କ ଗର୍ଭଧାରଣ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ।

ଏହା ସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରାମ କପୁର ଲୈଲାଙ୍କ ପାଖକୁ ଯାଇ କହିଥିଲେ ଯେ ଚାମୋଲା ଗର୍ଭବତୀ ବୋଲି ଦାବି କରୁଛନ୍ତି । ତୁମେ ତାଙ୍କ ପିଲାର ବାପା ବୋଲି କହୁଛନ୍ତି।

ଏହା ପରେ ଧୀରଜ ରାମ କପୁରଙ୍କୁ କୁହନ୍ତି ଯେ ସେ ଏହି ବିଷୟ ବିଷୟରେ ଅବଗତ ଥିଲେ। ରାମ କପୁର ତା’ପରେ ଲୈଲାଙ୍କୁ ଆକାଂକ୍ଷାଙ୍କ ପାଖକୁ ନେଇଗଲେ ଏବଂ ତାଙ୍କୁ ପଚାରନ୍ତି କି ଏ ପିଲାର ବାପା କିଏ ? ତ ସେ ଲୈଲାଙ୍କୁ ଇଙ୍ଗିତ କରନ୍ତି।

ସମସ୍ତଙ୍କୁ ଏହା ନ କହିବାକୁ ଲୈଲା ଆକାଂକ୍ଷାଙ୍କୁ କହିଥିଲେ। ରାମ ମଜା କରି ପଚାରିଲେ ଯେ ପାମେଲା ଏବେ କ'ଣ କହିବେ। ଲୈଲା କୁହନ୍ତି କି ସେ ପୂର୍ବରୁ କହିଥିଲେ ଯେ ସେ ଚାମୋଲାଙ୍କୁ ବିବାହ କରିବେ କିନ୍ତୁ ପାମେଲାଙ୍କ ସହିତ ସମ୍ପର୍କ ରଖିବେ।

ଆକାଂକ୍ଷାଙ୍କର ଏହି ପ୍ରାଙ୍କ ତାଙ୍କୁ ଏବେ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡୁଛି। ଏବେ ସୋସିଆଲ ମିଡିଆରେ ୟୁଜର୍ସ ପ୍ରଶ୍ନ କରୁଛନ୍ତି ଯେ କଣ୍ଟେଣ୍ଟ ପାଇଁ ସେ କେତେ ତଳକୁ ଖସିଯିବେ ଭାବି ନଥିଲେ ।  ସେ ଗୌରବଙ୍କଠାରୁ କିଛି ଶିଖିବା ଉଚିତ ଥିଲା।

​​​​​​​