ଜୟପୁର, ୨୦ /୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଯେଉଁଥିପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଲେଣି । ବ୍ୟାଟସମ୍ୟାନ୍ ଏବଂ ବୋଲର ନେଟ୍ସରେ ପ୍ରାକ୍ଟିସ୍ କରୁଛନ୍ତି । ଏହା ଭିତରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂକୁ ନେଇ ମୁହଁ ଖୋଲିଛନ୍ତି । ଆଗାମୀ ସିଜିନରେ ବୈଭବ କିପରି ଖେଳ ପ୍ରଦର୍ଶନ କରିବା ଆବଶ୍ୟକ ସେନେଇ ପରାଗ ପରାମର୍ଶ ଦେଇଛନ୍ତି ।

କ'ଣ କହିଲେ ପରାଗ

ପରାଗ କହିଛନ୍ତି ଯେ, ବୈଭବ ଯେମିତି ଖେଳୁଛନ୍ତି ତାଙ୍କୁ କ୍ରିକେଟକୁ ଉପଭୋଗ କରିବାକୁ ଦିଆଯିବା ଦରକାର । ପଡିଆରେ ତାଙ୍କ ଉପରେ କୌଣସି ଚାପ ରହିବା ଅନାବଶ୍ୟକ । ସେ ଆଇପିଏଲରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଓପନିଂ କରିବେ । ଅଧିନାୟକ ଭାବେ ସେ ସୂର୍ଯ୍ୟବଂଶୀଙ୍କୁ ଅଧିକ ସାମ୍ବାଦିକ ସମ୍ମିଳନୀ କିମ୍ବା ଗଣମାଧ୍ୟମ ସହ ଆଲୋଚନା ନକରିବାକୁ ପରାମର୍ଶ ଦେଉଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବୈଭବଙ୍କୁ ଖେଳକୁ ଉପଭୋଗ କରିବାକୁ ଦିଆଯାଉ । ଗଣମାଧ୍ୟମ ମଧ୍ୟ ତାଙ୍କ ମ୍ୟାନେଜରଙ୍କ ସହ ଅଧିକ ଯୋଗାଯୋଗ ନକରିବା ପାଇଁ ପ୍ରୟାସ କରନ୍ତୁ । ସେ ଏବେ ମାତ୍ର ୧୫-୧୬ ବର୍ଷର ଶିଶୁ । ସେ ବହୁତ ଭଲ ଖେଳୁଛନ୍ତି । ଦେଶକୁ ସେ ଆଗାମୀ ଦିନରେ ଗୌରବାନ୍ୱିତ କରିବେ ।

​​​​​​​Also Read :-IPL 2026 : ରାଜସ୍ଥାନ ରୟାଲ୍ସକୁ ବଡ ଝଟକା, ବାଦ୍ ପଡିଲେ ଏହି ଷ୍ଟାର୍ ଖେଳାଳି

ରାଜସ୍ଥାନ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ କିଛି ଚାପ ଆସିପାରେ । ଯଦି କିଛି ଅଧିକ ଚାପ ଆସେ ତାହାଲେ ଜୟସ୍ୱାଲ ମ୍ୟାନେଜ୍ କରିପାରିବେ । ଯଦି ବୈଭବ ପ୍ରଥମ ବଲରେ ଛକା ମାରିବାକୁ ଚାହାଁନ୍ତି ତାହାଲେ ମାରିପାରିବେ । କୌଣସି ଅସୁବିଧା ନାହିଁ । ସେ ଯାହା କରିପାରିଛନ୍ତି ଅନ୍ୟ କୌଣସୀଯୁବ ଖେଳାଳି ସେପରି କରିଥିବା ନଜିର ନାହିଁ ।

ସୂଚନାଯୋଗ୍ୟ,୨୦୨୪ରେ ବୈଭବଙ୍କୁ ରାଜସ୍ଥାନ କିଣିଥିଲା । ମାତ୍ର ୧୪ ବର୍ଷରେ ସେ ଆଇପିଏଲରେ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ସେ ନିର୍ଭୟ ବ୍ୟାଟିଂ କରିଥିଲେ । ଏହାସହ ଆଇପିଏଲରେ ଅନେକ ରେକର୍ଡ ମଧ୍ୟ ସେ କମ୍ ଦିନରେ ପ୍ରତିଷ୍ଠା କରିସାରିଛନ୍ତି ।