ବ୍ରହ୍ମପୁର ୭।୮: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ମୂଲ୍ୟାଙ୍କନରେ ଥିଲା ତ୍ରୁଟି । କମ୍ ମାର୍କ ପାଇଥିଲେ ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରର ଯୁକ୍ତ ଦୁଇ ଛାତ୍ର ଏସ. ନିହାର ରଞ୍ଜନ ପାତ୍ର । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ପରେ ପଦାର୍ଥ ବିଜ୍ଞାନରେ ୫୯ ମାର୍କ ଆସିଥିଲା । ଏଥିରେ ଏସ. ନିହାର ରଞ୍ଜନ ଅସନ୍ତୋଷ ପ୍ରକାଶ କରି ମୂଲ୍ୟାୟନରେ ତ୍ରୁଟି ନେଇ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ । ପୁନଃ ମୂଲ୍ୟାୟନ ପରେ ପାଇଲେ ଅଧିକା ମାର୍କ । ରାଜ୍ୟରେ ତୃତୀୟ ସ୍ଥାନ ରହି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

୬୦୦ ମାର୍କରୁ ୫୮୭ ମାର୍କ ରଖିଥିଲେ । ବିଶେଷ କରି ଫିଜିକ୍ସ ବିଷୟ ଥିଓରୀରେ ୫୯ ମାର୍କ ଏବଂ ପ୍ରାକ୍ଟିକାଲରେ ୩୦ ମାର୍କ ରଖିଥିବା ନେଇ ରେଜଲ୍ଟରେ ଉଲ୍ଲେଖ ଥିଲା । କିନ୍ତୁ ପୁନଃ ମୂଲ୍ୟାୟନ ପରେ ଥିଓରୀରେ ୫୯ ମାର୍କରୁ ୬୮ ମାର୍କ ପାଇଲେ ଏବଂ ପ୍ରାକ୍ଟିକାଲରେ ୩୦ ମାର୍କ ରହିବା ଫଳରେ ୯୮ ମାର୍କ ରହିଲା । ପୂର୍ବରୁ ୮୯ ମାର୍କ ରହିଥିବା ବେଳେ ଏବେ ୯୮ ମାର୍କ ଆସିଛି । ଯାହା ୬୦୦ ମାର୍କରୁ ୫୯୬ ମାର୍କ ରଖି ନିହାର ସାରା ଓଡ଼ିଶାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ନିହାରଙ୍କ ଏଭଳି ସଫଳତା ପରେ ଆଜି ନୀଳକଣ୍ଠନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ତର ଖାତା ମୂଲ୍ୟାୟନରେ ଯେଉଁ ତ୍ରୁଟି ଥିବା ନେଇ ନିହାର ସନ୍ଦେହ ପ୍ରକାଶ କରିଥିଲେ ତାହା ଠିକ୍ ଥିଲା । ପୁନଃ ମୂଲ୍ୟାୟନ ପରେ ଉଚିତ ମୂଲ୍ୟ ପାଇଲେ ନିହାର ।

Watch Video: