ବାରଙ୍ଗ, ୨୪/୦୪ : ବାଇକକୁ ଧକ୍କା ଦେଲା ହାଇଓ୍ୱା । ଆରୋହୀଙ୍କୁ ଚଢ଼ାଇଦେଲା ହାଇୱା । ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହିରେ ।

ରିପୋର୍ଟ ଅନୁସାରେ, ଶୁକ୍ରବାର ଭୋରରେ ବାରଙ୍ଗ ଥାନା ଗୋଡିସାହି ପୁରୀ ମେନ୍ କେନାଲ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ହାଇୱା ମୋରମ ନେଇ ଗୋଡ଼ିସାହି ପଟକୁ ଯାଉଥିଲା । ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇ ଘୋଷାରି ନେଇଥିଲା । ଫଳରେ ବାଇକରେ ଥିବା ଯୁବକ ପ୍ରାଣ ହରାଇଥିଲେ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଖବରପାଇ ବାରଙ୍ଗ ଥାନା ଓ ଗୋଡ଼ିସାହି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି କଟକ ବଡ଼ ମେଡିକାଲ ପଠାଇଛି । ଏହା ଦୁଇ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରିଖିଛି ।