ନ୍ୟୁୟର୍କ, ୧୫/୧୦ : ଟି୨୦ ଫର୍ମାଟରେ ଆଧିପାତ୍ୟ ଜାରି ରଖିଛନ୍ତି ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା । ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି୨୦ରେ ସେ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ବୁଧବାର ଅଭିଷେକ ୨୦୨୬ ବର୍ଷର ୬୯ତମ ଛକା ମାରିଥିଲେ । ଏହାସହ ସେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ଲଗାଇଥିବା ବ୍ୟାଟର ହୋଇଛନ୍ତି । ଏହାଦ୍ୱାରା ଅଭିଷେକ ସୂର୍ଯ୍ୟକୁମାରଙ୍କ ୬୮ ଛକାର ରେକର୍ଡ ଭାଙ୍ଗି ଦେଇଛନ୍ତି ।

୨୦୨୨ରେ ସୂର୍ଯ୍ୟ କୁମାର ଯାଦବ ୬୮ଟି ଛକା ଲଗାଇଥିଲେ । ଯାହାକୁ ଅଭିଷେକ ୬୯ଟି ଛକା ଲଗାଇ ଭାଙ୍ଗି ଦେଇଛନ୍ତି । ଚଳିତ ବର୍ଷ ଭାରତ ଆଉ ୬ଟି ଟି୨୦ ମ୍ୟାଚ୍ ଖେଳିବ । ତେଣୁ ଛକା ଲଗାଇବାରେ ସେ ଶତକ ଛୁଇଁବେ ବୋଲି ଅନୁମାନ କରାଯାଉଛି ।

Also Read :- ହ୍ରାଇଦ୍ରାବାଦ୍‌ ମ୍ୟାଚ୍‌ରେ ଫେଲ୍‌ ମାରିଲେ ବୋଲର, ଲାଇନ ଓ ଲେନ୍ଥରେ ହେଲାନି ବୋଲିଂ.. ବ୍ୟାଟରଙ୍କୁ ଦେଲେ କ୍ଲିନ୍‌ ଚିଟ୍‌

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ଲଗାଇବାରେ ନିଜେ ତୃତୀୟ ସ୍ଥାନରେ ରହିଛନ୍ତି ଅଭିଷେକ ଶର୍ମା । ସେ ୨୦୨୫ରେ ୫୪ଟି ଛକା ଲଗାଇଥିଲେ । ଚତୁର୍ଥ ସ୍ଥାନରେ ଇଶାନ କିଷାନ ରହିଛନ୍ତି । ସେ ୨୦୨୬ରେ ୫୨ଟି ଛକା ଲଗାଇଛନ୍ତି ।

ଅନ୍ୟ ଦିଗରେ ଅଭିଷେକ ଟି୨୦ ଫର୍ମାଟରେ ୨୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୪୨୩୧, ବିରାଟ କୋହଲି ୪୧୮୮, ସୂର୍ଯ୍ୟ କୁମାର ଯାଦବ ୩୨୭୨ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୨୮୮ ଏବଂ କେଏଲ ରାହୁଲ ୨୨୬୫ ରନ୍ କରି ଏହି କ୍ଲବରେ ରହିଛନ୍ତି ।