ମୁମ୍ବାଇ ୧୫।୧୦ : ଆମେ ଆମର ଲାଇନ ଲେନ୍ଥ ଏବଂ ପ୍ଲାନିଂକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରିଲୁ ନାହିଁ । ସେଥିପାଇଁ ପାଇଁ ୨୫୦ ରନ୍‌କୁ ପୂରଣ କରିପାରୁଲିନାହିଁ । କ୍ୟାପଟେନ୍‌ ହିସାବରେ ମୁଁ ଚେଜିଂକୁ ପସନ୍ଦ କରେ । କିନ୍ତୁ ବୁଧବାର ରାତିରେ ସବୁ ପ୍ଲାନ ଫେଲ୍‌ ମାରିଛି । ଯାହାର ପରିଣତି ଆମେ ପରାଜୟବରଣ କରିଛୁ  ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ଶ୍ରେୟସ ଆୟର ।

ବୁଧବାର ରାତିରେ ଇଣ୍ଡିଆ ଏବଂ ଓ୍ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଥିଲା ୪ର୍ଥ ଟି-୨୦ ମ୍ୟାଚ୍‌ । ପୂର୍ବରୁ ଟିମ୍‌ ଇଣ୍ଡିଆ ସିରିଜ୍‌ରେ ୨-୧ରେ ଆଗୁଆ ଥିଲା । କିନ୍ତୁ ବୁଧବାର ରାତିରେ ଉନ୍ନତ ଖେଳ ପ୍ରଦର୍ଶନ କରି ଇଣ୍ଡିଜ୍‌ ସିରିଜକୁ ୨-୨ରେ ବରାବର କରିଛି । ଏବେ ପଞ୍ଚମ ମ୍ୟାଚ୍‌କୁ ଅପେକ୍ଷା । ଜିଏ ଜିତିବ, ସିଏ ହାତେଇବ ସିରିଜ୍‌ ।ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୩ ୱିକେଟ ହରାଇ ୨୪୭ ରନ କରିଥିଲା । ଏହାର ଜବାବରେ ଭାରତ ୧୯.୪ ଓଭରରେ ୨୨୩ ରନ୍ କରିବାର ସକ୍ଷମ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଅଧିନାୟକ ସାଇ ହୋପ୍ ଶତକ ହାସଲ କରିଥିଲେ । ଭାରତ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୬ ରନ କରିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ କିମୋ ପଲ୍ ୫ ୱିକେଟ ନେଇଥିଲେ ।

Also Read:-ଭାରତକୁ ୨୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍, ପାଞ୍ଚ ମ୍ୟାଚ୍‌ର ସିରିଜ ୨-୨ରେ ସମାନ

୨୪୮ ରନର ବିଶାଳ ଟାର୍ଗେଟ୍ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ ଭଲ ଆରମ୍ଭ କରିଥିଲା । ୪.୧ ଓଭରରେ ୬୦ ରନରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ସଞ୍ଜୁ ୨୩ ବଲରେ ୫୬ ରନ୍ କରି ଆଉଟ ହୋଇଥିଲେ । ଇଶାନ କିଷନ କେବଳ ୬ ରନ୍ କରିପାରିଥିଲେ । ପଞ୍ଚମ ଓଭରରେ କିମୋ ପଲ୍ ଉଭୟ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ଅଭିଷେକ ଶର୍ମା ୨୪ ବଲରେ ୨୯ ରନ୍ କରି ଆଉଟ୍ ହୋଇଥିଲେ । ନମନ ଧୀର ବିନା କୌଣସି ସ୍କୋରରେ ଆଉଟ୍ ହୋଇଥିଲେ । ତିଲକ ବର୍ମା ୨୫ ବଲରେ ୪୩ ରନ୍ କରିଥିଲେ । ନୀତୀଶ କୁମାର ରେଡ୍ଡି ୨୦ ବଲରେ ୪୧ ରନ୍ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପଞ୍ଚମ ଓଭରରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଆଣ୍ଡ୍ରୁ ୧୬ ବଲରେ ୨୧ ରନ ସଂଗ୍ରହ କରି ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ପ୍ରିନ୍ସ ଯାଦବ ନବମ ଓଭରରେ ଶିମରୋନ୍ ହେଟମାୟରଙ୍କୁ ଆଉଟ୍ କରିଥିଲେ । ହୋପ୍ ଏବଂ ହେଟମାୟର ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନର ପାର୍ଟନରସିପ୍ କରିଥିଲେ । ରୋଭମାନ ପାୱେଲ୍ ୧୭ ବଲରେ ୨୪ ରନ ଅର୍ଶଦୀପ ସିଂହଙ୍କ ବୋଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଅଧିନାୟକ ହୋପ୍ ସର୍ବାଧିକ ୫୦ ବଲରେ ୧୦୨ ରନ୍ କରିଥିଲେ । ଭାରତ ପାଇଁ ଅକ୍ଷର ପଟେଲ, ଅର୍ଶଦୀପ ଏବଂ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

ତେବେ ମ୍ୟାଚ୍‌ ଶେଷ ପରେ ଟିମ ଇଣ୍ଡିଆ ଅଧିନାୟକ ଶ୍ରେୟସ ଆୟରଙ୍କୁ ପରାଜୟର କାରଣ ପଚରାଯାଇଥିଲା । ଯାହାର ଉତ୍ତର ଦେଇ ଶ୍ରେୟସ କହିଥିଲେ ଯେ, ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଆମେ ଆମର ବୋଲିଂରେ ଲାଇନ ଏବଂ ଲେନ୍ଥକୁ ଭଲ ଭାବରେ କାର୍ଯ୍ୟକାରୀ କରିପାରିଲୁ ନାହିଁ । ସେହିପରି ୨୫୦ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ହେଲେ, ଟିମ୍‌କୁ ଏକ ସ୍ୱତନ୍ତ୍ର ପ୍ଲାନ କରିବାକୁ ପଡିଥାଏ । କିନ୍ତୁ ଆମେ ପ୍ଲାନ୍‌ ୪ର୍ଥ ମ୍ୟାଚ୍‌ରେ ଫେଲ୍‌ ମାରିଥିଲା । ଯାହାର ପରିଣତି ଆମେ ପରାଜୟ ହୋଇଥିଲୁ । ତେବେ ବ୍ୟକ୍ତିଗତ ଭାବେ ପଚାରିଲେ ମୁଁ ରନ୍‌ ଚେଜ୍‌ କରିବାକୁ ପସନ୍ଦ କରେ ।