ନୂଆଦିଲ୍ଲୀ: ସୀମା ଟପିଲା ନୃଂଶସତା। ପିକଅପ୍ ଡ୍ରାଇଭରଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ଠେଲା ଚାଳକ। ଘଟଣାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ବି ଠେଲା ଚାଳକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବିହାରର ଅରରିୟା ଜିଲ୍ଲାରେ। ଘଟଣା ପରଠୁ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଅରରିୟାର ଫାରବିସଗଞ୍ଜ ସୁଭାଷ ଛକ ସ୍ଥିତ ମାର୍କେଟିଂ ୟାର୍ଡ ନିକଟରେ ପିକଅପ୍ ଡ୍ରାଇଭର ଅଲି ହୁସୈନ (୪୨) ଏବଂ ଠେଲା ଚାଳକ ରବି ଚୌହାନ (୩୦) ଥଟ୍ଟାମଜା କରୁଥିଲେ। ମାତ୍ର ଏହି ସମୟରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ରବି, ଅଲିଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆଉ ତାଙ୍କ ମୁଣ୍ଡରୁ ଗଣ୍ଡିରୁ ଅଲଗା କରିଦେଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ।

Also Read: ବୃଦ୍ଧଙ୍କ ସହ ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ, ମୃତଦେହକୁ ଖଟ ବାକ୍ସ ଭିତରେ ପୂରାଇଦେଲା

ଏହି ଭୟଙ୍କର ହତ୍ୟାକାଣ୍ଡ ଦେଖି ଭୟରେ ଥରି ଉଠିଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ସମୟ ଧରି ଯୁବକଙ୍କ ମୁଣ୍ଡ ଓ ମରଶରୀର ବିଚ୍ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିରହିଥିଲା। ମୃତ ପିକଅପ ଚାଳକ ହୁସୈନ ଜୋଗବନୀ ଥାନା ଅଞ୍ଚଳର ଅମୋନା ଗାଁର।ସେହିଭଳି ଫରାବିସଗଞ୍ଜ ସୁଲତାନ ପୋଖରର ନିବାସୀ।

ତେବେ ଏତିକିରେ ସରିନଥିଲା କଥା। ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ଏକ ଘରୁ ରବିଙ୍କୁ କାବୁ କରିଥିଲେ। ଭିଡ଼ ପ୍ରଥମେ ତାଙ୍କ ବାହାରକୁ ବାହାର ଆଣିଥିଲା। ଆଉ ଏହା ପରେ ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିଥିଲେ। ଘଟଣାର ସୂଚନା ପାଇଁ ଏସପି ଜିତେନ୍ଦ୍ର କୁମାର ଫାରବିସଗଞ୍ଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ଆଲର୍ଟ ମୋଡରେ ରହିଛି ଏବଂ ସ୍ଥିତି ଉପରେ ନଜର ରଖିଛି।