ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପୂର୍ବରୁ ଇରାନରେ ବଡ଼ ଆକ୍ରମଣ। ଇରାନର ସାଉଥ ପାର୍ସ ନ୍ୟାଚୁରାଲ ଗ୍ୟାସ ଫିଲ୍ଡରେ ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ବେଳେ, ଇରାନ ଗଣମାଧ୍ୟମରେ ଆକ୍ରମଣ ହୋଇଥିବା ନେଇ ଖବର ପ୍ରସାରିତ ହେଉଛି। ଏହି ଆକ୍ରମଣ ପାଇଁ ଇରାନ, ଆମେରିକା ଏବଂ ଇସ୍ରାଏଲକୁ ଦାୟୀ କରିଥିଲେ ବି କୌଣସି ଦେଶ ଏନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । ସେପଟେ ଇସ୍ରାଏଲ, ଇରାନର ତିନିଟି ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି।

ତୀବ୍ର ହୋଇପାରେ ଇରାନ ଉପରେ ଆକ୍ରମଣ

ସୂଚନାଥାଉକି, ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଚଳିତ ସପ୍ତାହରେ ବିଜୁଳି ପ୍ଲାଣ୍ଟ ଏବଂ ବ୍ରିଜ ଉପରେ ଆକ୍ରମଣ ହୋଇପାରେ। ସେହିଭଳି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସୋମବାର ଇରାନର ଅସଲୁୟେହରେ ଦକ୍ଷିଣ ପାର୍ସ ପେଟ୍ରୋକେମିକାଲ ପ୍ଲାଣ୍ଟକୁ ଟାର୍ଗେଟ କରିବା ନେଇ ଆକ୍ରମଣ ସ୍ପଷ୍ଟ କରିଛନ୍ତି। କାଟଜଙ୍କ ଏହି ଟିପ୍ପଣୀ ଇରାନର ଦକ୍ଷିଣ ପାର୍ସ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଥିବା ପ୍ଲାଣ୍ଟକୁ ଟାର୍ଗେଟ କରି ଆକ୍ରମଣ ପରେ ଆସିଛି।

Also Read: Iran Rejects Peace Proposal: ପାକିସ୍ତାନର ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଇରାନ୍

କାଟଜ କହିଛନ୍ତି ଇସ୍ରାଏଲ, ଅସଲୟେହରେ ଥିବା ଇରାନର ସବୁଠୁ ବଡ଼ ପେଟ୍ରୋକେମିକାଲ ପ୍ଲାଣ୍ଟରେ ବଡ଼ ଆକ୍ରମଣ ହୋଇଛି। ଏହା ଏକ ମୁଖ୍ୟ ଟାର୍ଗେଟ। ଏହାର ଦେଶର ସମୁଦାୟ ପେଟ୍ରୋକେମିକାଲ ଉତ୍ପାଦନରେ ପ୍ରାୟ ୫୦%ର ଯୋଗଦାନ ରହିଛି। ଇସ୍ରାଏଲ ମାର୍ଚ୍ଚ ମାସରେ ଦକ୍ଷିଣ ପାର୍ସରେ ଥିବା ଫେସିଲିଟି ଉପରେ ଆକ୍ରମଣ କରିବା ପରେ, ଇରାନ ପଶ୍ଚିମ ଏସିଆର ତେଲ ଏବଂ ପ୍ରାକୃତିକ ଗ୍ୟାସ ସ୍ଥଳକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା।

କ’ଣ ଏହି ସାଉଥ ପାର୍ସ ଗ୍ୟାସ ଫିଲ୍ଡ ?

ସାଉଥ ପାର୍ସ ଗ୍ୟାସ ଫିଲ୍ଡ ତଳେ ଦୁନିଆର ସବୁଠୁ ବଡ଼ ଗ୍ୟାସ ଭଣ୍ଡାର ରହିଛି। ଇରାନ ଏବଂ କତର ଏହାକୁ ଭାଗ ରହିଛି। ଇରାନ ପାଖରେ ସାଉଥ ପାର୍ସ ଏବଂ କତର ପାଖରେ ନର୍ଥ ଫିଲ୍ଡ ବା ନର୍ଥ ଡୋମ ରହିଛି। ଇରାନ ଘରୋଇ ଆବଶ୍ୟକତା ପୂରଣ ପାଇଁ ଏହା ଉପରେ ନିର୍ଭର କରୁଥିବା ବେଳେ, କତର ଏହାର ବ୍ୟବହାର ବୈଶ୍ବିକ ଏଲଏନଜି ରପ୍ତାନୀ ପାଇଁ କରିଥାଏ।