ଆନନ୍ଦପୁର ୨୨।୦୩ : ଜଙ୍ଗଲରୁ ବାହାରି ଗାଁରେ ବୁଲୁଛନ୍ତି ଭାଲୁ । ଗୋଟିଏ କି ଦୁଇଟି ନୁହେଁ । ୫ଟି ଭାଲୁ ଗାଁରେ ବୁଲୁଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ପୁରୁଣାବାନ୍ଦୋଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିବାର ଦେଖିବାକୁ ମିଳିଛି ।

Also Read:- କାମାକ୍ଷାନଗର କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ : ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ଖବର ଅନୁଯାୟୀ, ଗତ କିଛି ଦିନ ହେବ ଭାଲୁପଲ ଘଷିପୁରା ବ୍ଲକରେ ବିଭିନ୍ନ ଗାଁରେ ବୁଲୁଥିବାର ନଜର ଆସିଛି । କେତେବେଳେ କାହା ବାଡ଼ିରେ ପଶି ବରକୋଳି ଖାଉଛନ୍ତି ତ ଆଉ କେତେବେଳେ ବାଡ଼ିରେ ପଶି ପନିପରିବା ନଷ୍ଟ କରୁଛନ୍ତି ।ଗତ ୨୦ ତାରିଖ ସଂଧ୍ୟାରେ ଏହି ଭାଲୁପଲ ଗାଁର ବଳରାମଧିର ହାଇସ୍କୁଲ ଗେଟ୍ ନିକଟରେ ବୁଲୁଥିବାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ନିୟମିତ ଭାବେ ଭାଲୁ ଗାଁକୁ ଆସୁଥିଲେ ମଧ୍ୟ କାହାର କୌଣସି କ୍ଷତି କରୁନାହାନ୍ତି । ସେଥିପାଇଁ ଗାଁ ପିଲାଏ ଭାଲୁଙ୍କୁ ଦେଖିଲେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି । ପୁରୁଣାବାନ୍ଦୋଗଡ଼ାକୁ ଲାଗିଥିବା ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁମାନେ ଗାଁକୁ ଆସୁଛନ୍ତି । ଜଙ୍ଗଲରେ ଖାଦ୍ୟ ଅଭାଗ ଯୋଗୁ ଏମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି । ଜଙ୍ଗଲରେ କିଭଳି ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ହେବ । ସେଥିପାଇଁ ବନବିଭାଗ ଯତ୍ନବାନ ହେବାକୁ ଦାବି ହୋଇଛି ।

Watch Video:-