ସୋନପୁର : ଜମୁଛି ଗଜଲଲକ୍ଷ୍ମୀ ପୂଜା । ରଙ୍ଗୀନ ଆଲୋକ ମାଳାକପୁ ଆଖି ଝଲସିଲା ଭଳି ସାଜସଜ୍ଜା । ମନ୍ତ୍ର ପାଠରେ ବେଶ ଯାକଜମକରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ 44 ତମ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ପୂଜା । ଆଉ ଏପଟେ ସନ୍ଧ୍ୟା ହେଲେ ବେଶ୍ ଜମୁଛି ମୁରାସୁର ଦରବାରର ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକମାନେ ତାର ଆନନ୍ଦ ନେବା ସହ ମିନା ବଜାରରେ ବିଭିନ୍ନ ଦୋଳିରେ ବସିବା ସହ ବିଭିନ୍ନ ରକମର ଖାଦ୍ୟ ଖାଇ ମଜା ଉଠାଉଛନ୍ତି। 

ଦିନ ସମୟରେ ରୀତି ନୀତି ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ସନ୍ଧ୍ୟା ହେଲେ ମୁରାସୁର ଦରବାର ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ମୁରାସୁରଙ୍କ ଡାଇଲଗରେ କମ୍ପୁଛି ପୂରା ପରିବେଶ। ତେବେ ହିନ୍ଦୁ ପୁରାଣ ଅନୁସାରେ ମୁରାସୁର ହେଉଛି ଏକ ଅତ୍ୟନ୍ତ ଶକ୍ତିଶାଳୀ ଦାନବ ବା ରାକ୍ଷସ। ସେ ମହର୍ଷି କଶ୍ୟପ ଏବଂ ମାତା ଦନୁଙ୍କ ପୁତ୍ର ଥିଲା। ଭଗବାନ ବ୍ରହ୍ମାଙ୍କଠାରୁ କଠୋର ତପସ୍ୟା କରି ସେ ବରଦାନ ପାଇଥିଲା ଯେ ଯୁଦ୍ଧକ୍ଷେତ୍ରରେ ସେ ପରାଜୟ ହେବେନି। କିଛି କଥା ଅନୁସାରେ ସେ ଏପରି ବର ପାଇଥିଲା ଯେ ସେ ଯାହାକୁ ସ୍ପର୍ଶ କରିବ ତାର ମୃତ୍ୟୁ ଘଟିବ। ନିଜ ଶକ୍ତି ବଳରେ ସେ ସ୍ୱର୍ଗଲୋକ ଆକ୍ରମଣ କରି ଦେବତାମାନଙ୍କୁ ପରାସ୍ତ କରିଥିଲା। ଏକ ସମୟରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ସେ ବଦ୍ଧ ହୋଇଥିଲେ । 

Also Read- କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା ଆନ୍ଧ୍ର ପୋଲିସ!

ସେପଟେ ମୁରାସୁର ଦରବାରକୁ ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଲାଙ୍ଗୀର ସଂସଦଙ୍କ ଜିଲ୍ଲା ନମିନି ସାନନ୍ଦ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଆଗାମୀ ଦିନ ଗୁଡିକରେ କିଭଳି ଭବ୍ୟ ଓ ଦିବ୍ୟ ଭାବରେ ଏହି କାର୍ଯ୍ୟକ୍ରମ ହେବ ତା’ସହ ଏକ ସ୍ଥାୟୀ ଭାବରେ ଗଜଲକ୍ଷ୍ମୀ ମନ୍ଦିରଟିଏ ନିର୍ମାଣ କରାଯିବ ସେଥିପାଇଁ ଆସିଥିବା ସମସ୍ତ ଅତିଥିମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମହାରାଜ ନିର୍ଦ୍ଦେଶ ଦେଇଥିଲେ।