ଭୁବନେଶ୍ବର ୧୭।୪: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କଶ୍ରାଦ୍ଧବାର୍ଷିକୀ। କୋଟି ଓଡ଼ିଆଙ୍କ ଜନନାୟକପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ରାଜ୍ୟର ସବୁ ସ୍ଥାନରେ ବିଜୁ ବାବୁଙ୍କୁ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି ।

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଅର୍ଥାତ ଏପ୍ରିଲ ୧୭ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ତିରୋଧାନ ହୋଇଥିଲା ।

​​​​​​​Also Read:- Naveen letter: ଚିଠି ଲେଖିଲେ ବିଜେଡି ସୁପ୍ରିମୋ, ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ

ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁ ବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ।

ଦୁଇଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁ ବାବୁ ।