ଭୁବନେଶ୍ୱର: ଓଡ଼ିଶାର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ । ବିଶେଷ କରି ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି । ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଲେଖିଛନ୍ତି ଚିଠି । ଚିଠିରେ ରାଜନୈତିକ ପ୍ରତିନିଧିତ୍ବ ଓ ଅର୍ଥନୈତିକ ସ୍ବାର୍ଥ କଥା ଉଠାଇଛନ୍ତି ବିଜେଡି ସୁପ୍ରିମୋ । ନବୀନ ଲେଖିଛନ୍ତି ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ୱ ଗୌରବ ଅକ୍ଷୁର୍ଣ୍ଣ ହେବା ଜରୁରୀ ।

​​​​​​​

ଡିଲିମିଟେସନରେ ପ୍ରତିନିଧିତ୍ୱ ହାର କମିବା ଜାତୀୟ ସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ରୁ ୩.୪%କୁ କମିବ । ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ । ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି । ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ୱେ ଓଡ଼ିଶାକୁ ଦଣ୍ଡିତ କରାନଯାଉ ।

ଏହାସହ କେନ୍ଦ୍ରୀୟ ରାଜସ୍ୱକୁ ବଡ଼ ଅବଦାନ ସତ୍ତ୍ୱେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି । ଯଦି ଓଡ଼ିଶାର ପ୍ରତିନିଧିତ୍ୱ କମୁନି ତାହେଲେ ସଂଶୋଧନକୁ ସମର୍ଥନ ଉଚିତ ବୋଲି ସେ କହିଛନ୍ତି । କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ୱର ଉଠାଇବାକୁ ନବୀନ ଚିଠିରେ ସ୍ପଷ୍ଟ କରିଛନ୍ତି । ଆହୁରି ବିସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ପୁଣି ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।